ବୌଦ୍ଧଜିଲ୍ଲାରେ ପାଳିତ ହେଲା ଜାତୀୟ କ୍ରିଡା ଦିବସ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) : ଆଜି ବୌଦ୍ଧଜିଲ୍ଲା ରେ ଜାତୀୟ କ୍ରିଡା ଦିବସ ଅବସରରେ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲା । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସବୁଜ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଜିଲ୍ଲା କ୍ରିଡା ସଂଘର ସଂପାଦକ ରବିନ୍ଦ୍ର କୁମାର ରାଉତ.ଜିଲ୍ଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ,ଆଇପିଇ ଆନନ୍ଦ ବେହେରା ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ମମତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାଲି ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି କୋର୍ଟଛକ ଦେଇ ଷ୍ଟାଡିୟମରେ ପହଞ୍ଚିଥିଲା । ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏନଏସି ଓ ସ୍କାଉଟ ର ଛାତ୍ରଛାତ୍ରୀ ଏହି ରାଲିରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଆଇଆରବି ପଡିଆଠାରେ ବଲାଶିଙ୍ଗା ୫ମ ଆଇଆରବି ବାଟାଲିୟନ ଓ ବୌଦ୍ଧ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧ ଏକାଦଶ ବିଜୟୀ ହୋଇଥିଲା । ଆଇଆରବି କମାଣ୍ଡାଣ୍ଟ୍ ଦୁର୍ବାଶା ନାୟକ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ଉତ୍ସାହିତ କରିଥିଲେ । ଏହି ଅବସରରେ ଡେପୁଟି କମାଣ୍ଡାଣ୍ଟ ଗୋପବନ୍ଧୁ ତ୍ରିପାଠୀ ଉପସ୍ଥିତ ଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କ୍ରିଡା ପୁରସ୍କାର ମହୋତ୍ସବ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

Post a Comment

Previous Post Next Post