ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ମାସେ ରୁ ଅଧିକ ହେବ ଲଘୁଚାପ ଜନିତ ବର୍ଷା, ପରେ ବନ୍ୟା ଯୋଗୁଁ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି। ବନ୍ୟା ଓ ବର୍ଷା ଯୋଗୁଁ ହରଭଙ୍ଗା ବ୍ଲକର -ହରଭଙ୍ଗା, କୁଡ଼ାସିଙ୍ଗା,ବୁକେସିଙ୍ଗା,ଭେଜିଗୋରା, ସଦଳଗଣ୍ଡା, ଧଳପୁର, କୁମାରୀ, ତୀରଡ଼, ଡିଆଁଘାଟ, ସୁରୁଣ୍ଡି, ପାଣିଘରl, ଉଁଆଳ, ରାମଗଡ, କୋଇଲିସୁତା, ପଲସlପlଟ, ପ୍ରଗଲପୁର, ସାମ୍ପୋଚ, ହାଟଗାଁ, କରଡ଼ି,ଆଦି ଗ୍ରାମରେ ବିଭିନ୍ନ ଗହୀରର ଧାନଜମି ଦୀର୍ଘ ଦିନ ଧରୀ ଜଳମଗ୍ନ ହୋଇ ସହ -ସହ ଚାଷୀଙ୍କହେକ୍ଟର ହେକ୍ଟର ଜମିର ରୁଆ ହୋଇଥିବା ଧାନ ପାଣିରେ ବୁଡ଼ି ସଢ଼ି ନଷ୍ଟ ହୋଇଥିବା ଦେଖାଦେଇଛି।ବହୁ କଷ୍ଟ କରି ଓ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ଚାଷୀମାନେ ଧାନ ରୋଇଥିଲେ। ବାରମ୍ବାର ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଯୋଗୁଁ ଜମିରେ ପାଣି ରହିବାରୁ ସହ- ସହ ଏକର ରୁଆ ଧାନ ପଚି, ସଢ଼ି ଜମି ସବୁ ପଡିଆ ହେଇଗଲାଣି। ଏହି ସବୁ ଜମିକୁ ପୁଣି ଥରେ ରୋଇବା ପାଇଁ ଚାଷୀ ଖର୍ଚ୍ଚାନ୍ତ ହୋଇ କେତେକ ରୋଇଥିବା ଦେଖିବାକୁ ମିଳିଛି। ଆଉ କେତେକ ବିଲରେ ବର୍ଷା ପାଣି ଜମିରୁ ନିଷ୍କାସନ ହୋଇପାରୁନଥିବାରୁ ଜମି ସବୁ ପଡିଆ ହେଇଥିବାରୁ ଦେଖିବାକୁ ମିଳିଛି ।ବର୍ଷକ କିପରି ପରିବାର ଚଳାଇବେ,ବିଶେଷ କରି ଧାନ ଚାଷ ପାଇଁ ବ୍ୟାଙ୍କ ଓ ସମବାୟ ସମିତିରୁ ଆଣିଥିବା କୃଷି ଋଣକୁ କିପରି ସୁଝିବେ ସେ ଚିନ୍ତା ଚାଷୀଙ୍କୁ ଘାରିଛି।ଫଳରେ ଧାନ ଚାଷ ଉଜୁଡି ଯିବାରୁ ଚାଷୀଙ୍କ ଦୁର୍ଦଶା ଦିଗୁଣିତ କରିଛି।ରାଜସ୍ଵ ବିବାଗର ଗତକାଲି କ୍ଷୟ କ୍ଷତି ଆକଳନ କରାଯାଇଛି। ଏଣୁ ରାଜ୍ୟ ସରକାର ଏହି ଅଂଚଳ ଚାଷୀଙ୍କର ଋଣ ଛାଡ଼ କରିବା ପାଇଁ ହରଭଙ୍ଗା ଅଂଚଳ ଚାଷୀ ସର୍ବଶ୍ରୀ ଭିକାରି ମାଝୀ, ବାଳକୃଷ୍ଣ ଭୋକ୍ତା, ଧ୍ରୁବଚରଣ ସାହୁ ପ୍ରମୁଖ ଦାବୀ କରିଛନ୍ତି। କୃଷି ବୀମା କରିଥିବା ଚାଷୀଙ୍କୁ ବୀମା ପ୍ରଦାନ ଚାଷୀମାନେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି।
ଲଗାଣ ବର୍ଷା ଓ ବନ୍ୟାରେ ଫସଲ ନଷ୍ଟ : ଚାଷୀ ମାନଙ୍କୁ ଘାରିଲା ଋଣ ବୋଝ
ଆଜତକ ଓଡ଼ିଶା
0
Post a Comment