ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର।


ବାଲେଶ୍ଵର (ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବାଇତପଡ଼ା ଗ୍ରାମ ଠାରେ ଭାରସାମ୍ୟ ହରାଇ ପିଆଜ ବୋଝେଇ ଟ୍ରକ ଓଲଟିଲା। ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର। ଘଟଣାରୁ ପ୍ରକାଶ ଗତ କାଲି ବିଳମ୍ବିତ ରାତିରେ ୬୦ ନମ୍ୱର ଜାତୀୟ ରାଜପଥ ଭେଲରା ଠାରୁ ପାଉଁଶକୁଲିକୁ ଯାଉଥିବା ଏକ ଚଉଦ ଚକିଆ ପିଆଜ ବୋଝେଇ ଟ୍ରକ ଓଡ଼ି ୦୫ ଏ ଏମ ୨୫୭୭ ରାସ୍ତା ଜାଣିନପାରି ଭୁଲରେ ଵାଇତପଡ଼ା ଠାରୁ କୁଣ୍ଡଳୀ ,ସୋନପୁର ଗ୍ରାମ ରାସ୍ତାରେ ପଶିଯାଇଥିଲା। ଫଳରେ ଉକ୍ତ ଗ୍ରାମର ଏକ ପୋଖରୀ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ପୋଖରୀ ମଧ୍ୟକୁ ଓଲଟି ପଡିଥିଲା। ରାତ୍ରି ଗୋଟାଏ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ କୌଶଳ କ୍ରମେ ଡ୍ରାଇଭର ଗାଡିରୁ ବାହାରିବାକୁ ସକ୍ଷମ ହୋଇଥିଲେ ହେଁ ହେଲପର ଗାଡ଼ିରେ ଚାପିହୋଇ ପୋଖରୀ ମଧ୍ୟରେ ଦୀର୍ଘ ଦୁଇଘଣ୍ଟା ଟ୍ରକ ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକ ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିଥିବା ଜଣାପଡିଛି।

Post a Comment

Previous Post Next Post