କାର ଓ ଅଟୋରିକ୍ସା ମୁହାଁମୁହିଁ ଧକ୍କାରେ ୩ ମୃତ ୫ ଗରୁତର


ସୁବର୍ଣ୍ଣପୁର ( ଗଣପତିବାଘ) ସୁବର୍ଣ୍ଣପୁର -ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଖାରୀ ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଯାଇଛି । କାର ଅଟୋ ମୁହାଁ ମୁହିଁ ଧକ୍କା ହେବାଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇ ସୋନପୁର ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ା ମୃତକ ମାନେ ହେଲେ ଗୁଆବତି ଜାଇ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ଵାଳ ବୋଲି ଜଣା ପଡିଛି । ସେମାନେ ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଳକ ରାଘବପାଲି ଗ୍ରାମର ବୋଲିଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାର ଟି ସୁନ୍ଦରଗଡ଼ ଜିଲ୍ଲାର ଜଣେ ମହିଳା ଏସଆଇ ର ବୋଲି ଜଣାପଡି ଥିବାବେଳେ ବେଳେ ଗାଡ଼ି ଭିତରୁ ଜଣେ ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧା ରାଣୀ ସୁନା ବୋଲି ଲେଖା ହୋଇଥିବା ପୋଷାକ ଗାଡ଼ିରୁ ମିଳିଛି। ଘଟଣାସ୍ଥଳ ରୁ ଆରଟୀକା ଗାଡ଼ି ରେ ଥିବା ଯାତ୍ରୀ ଫେରାର ମାରିଥିବା ସୂଚନା ମିଳିଛି । ଘଟଣା ସ୍ଥଳକୁ ସୋନପୁର ପୋଲିସ ପହଞ୍ଚି ମୃତକ ମାନଙ୍କ ଶବ ଜବତକରି ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳକୁ ପଠାଇଦେଇଥିବା ବେଳେ ଘଟଣାର ଅଧିକତଦନ୍ତ ଜାରି ରଖଛି ା

Post a Comment

Previous Post Next Post