ବୌଦ୍ଧରେ ମାନ୍ୟବର ମନ୍ତ୍ରୀ ଙ୍କ ଦ୍ୱାରା ନିଶା ପଦାର୍ଥ ଗୋଦାମ ଗୃହ ଉଦଘାଟିତ


ବୌଦ୍ଧ,(ଶଶାନ୍ତ  କୁମାର ବେହେରା): ବୌଦ୍ଧରେ ବ୍ୟାପକ ଭାବରେ ନିଶା କାରବାର ବୃଦ୍ଧି ପାଉଥିବାବେଳେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଅନବରତ ଚଢାଉ ଜାରି ରହିଛି । ତେବେ ଜବତ ହୋଉଥିବା ନିଶା ପଦାର୍ଥ ରଖିବାକୁ ମାଲଖାନାର ଅଭାବ ରହିଥିଲା । ତେଣୁ ଜିଲାରେ ଅବକାରୀ ବିଭାଗ ପକ୍ଷରୁ ୮୦ ଲକ୍ଷ ଟଙ୍କା ବ୍ୟୟରେ ଏକ ନିଦ୍ରାକରଣ ଔଷଧ ଓ ମାନସିକ ପଦାର୍ଥ ଗୋଦାମ ଗୃହ ନିର୍ମାଣ କରାଯାଇ ସୋମବାର ଆନୁଷ୍ଠାନିକ ଭାବ ରାଜ୍ୟ ପଞ୍ଚାୟତିରାଜ,ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଗୋଦାମ ଘରକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି,ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକ ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post