ନୂଆପଡା,(ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ ଆଜକୁ ୩ ଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି ।ଲଗାଣ ବର୍ଷା ଯୋଗୁଁ ନଈନାଲ ପୁରୀ ଯାଇଛି।ଯାତାୟାତ ରେ ଅନେକ ସ୍ଥାନରେ ବାଧା ଉପୁଯିଛି ।ଯୋଗାଯୋଗ କିଛି କା୦ଶରେ ବିଛିନ୍ନ ହୋଇ ପଡିଛି ।ଏହି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତ କୋଲିଆପାଥର ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଲିଛି ।ସ୍କୁଲ ଯିବା ରାସ୍ତାରେ ଏକ ପୋଲ ରହିଛି ।ପୋଲ ଉପରେ ୫ ଫୁଟ ପାଣି।ଏହି ରାସ୍ତା ଗ୍ରାମର ଏକ ମାତ୍ର ରାସ୍ତା ଅଟେ।ଯାହାକି ସିନାପାଲି ହସପିଟାଲ, ତହସିଲ, ଗ୍ରାମ ପଞ୍ଚାୟତ କୁ ସଂଯୋଗ ଯାତାୟତ ରାସ୍ତା ଅଟେ ।ପୋଲ ଉପରେ ୫ ଫୁଟ ପାଣିଥିବା ଯୋଗୁଁ ଆଜି ଦୁଇ ଜଣ ଶିକ୍ଷକ ମାନେ ଚାଷଜମି ହୁଡାରେ ଚାଳି ଚାଳି ଯାଇ ନିଜ ଦୈନଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।ଏହି ପୋଲ ବର୍ତ୍ତମାନ ବିପଦ ସଙ୍କୁଲ ଅବସ୍ଥାରେ।ଏହି ପୋଲ ନିର୍ମାଣ ଓ କୋଲିଆପାଥର ଗ୍ରାମର ସମସ୍ୟା ସମାଧାନ ସକାଶେ ଇତିପୂର୍ଵେ ଜିଲ୍ଲାପାଳ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଛନ୍ତି।ବିଶେଷ କରି ବର୍ଷା ରୁତୁରେ ଛାତ୍ର ଛାତ୍ରୀ, ରୋଗୀ, ଇତ୍ୟାଦି ଙ୍କୁ ବହୁତ ଅସୁବିଧା ର ସମୁଖିନ ହେବାକୁ ପଡିଥାଏ ।ତେଣୁ ସରକାର ଏହି ଗ୍ରାମର ସମସ୍ୟା ଉପରେ ତୁରନ୍ତ ଦୃଷ୍ଟି ଦେଇ ମୋଲିକ ସୁବିଧା ଯୋଗାଇ ଦେବାକୁ ଜନସାଧାରଣ ଙ୍କ ତରଫରୁ ଦାବୀ ହେଉଛି ।
କୋଲିଆପାଥର ଗ୍ରାମକୁ ମୋଲିକ ସୁବିଧା କେବେ?ଜିଲ୍ଲାପାଳ ରଖିପାରିଲେନି ପ୍ରତିଶୃତି
ଆଜତକ ଓଡ଼ିଶା
0
Post a Comment