କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଭାରତୀୟ ଶିକ୍ଷଣମଣ୍ଡଳର ପୂର୍ବତନ ସଂଗଠନ ମନ୍ତ୍ରୀ ବିନାୟକ ରାଓ କାନିଟକରଙ୍କ ତିରୋଧାନରେ ଭାରତୀୟ ଶିକ୍ଷଣମଣ୍ଡଳ ବଲାଙ୍ଗିର ଶାଖା ଦ୍ବାରା ଆଭାସୀ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ସଭାପତି ତରୁଣ କାନ୍ତ ମିଶ୍ରଙ୍କ ସଭାପତିତ୍ବରେ ନିରବ ପ୍ରାର୍ଥନା ପରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ବିନାୟକ ରାଓ କାନିଟକର ୫.୯.୧୯୩୯ ରେ ଜନ୍ମ ଓ ୧୮.୭.୨୦୨୨ ରେ ତିରୋଧାନ ହୋଇଥିଲା । ୧୯୬୩ ରୁ ପ୍ରଚାରକ ଭାବରେ କାର୍ଯ୍ୟ ଆରମ୍ଭ କରି ୨୦୦୩ ରୁ ୨୦୦୭ ଯାଏ ଶିକ୍ଷଣ ମଣ୍ଡଳର ସହସଂଗଠନ ମନ୍ତ୍ରୀ ଓ ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ସଂଗଠନ ମନ୍ତ୍ରୀ ଦାୟିତ୍ବ ସୂଚାରୁ ରୂପେ ତୁଲାଇ ସଂଗଠନକୁ ସଶକ୍ତ କରିଥିଲେ । ଶ୍ରୀ ଧର୍ମବ୍ରତ ରଥ ,ଶ୍ରୀ ବାଞ୍ଛାନିଧି ପଣ୍ଡା,ଡକ୍ଟର ଉମେଶ ସିଂ, ସଞ୍ଜୁକ୍ତା ପରିଚ୍ଛା, ବିରଞ୍ଚି ନାରାୟଣ ଦାଶ, ସତ୍ୟ ନାରାୟଣ ପଧାନ, ସୁଶିଳ କୁମାର,ସୁରୁଚି ମିଶ୍ର ଯୋଗଦେଇ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସୁଶ୍ରୀ ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ବିନାୟକ ରାଓ କାନିଟକରଙ୍କୁ ଶ୍ରଦ୍ଧାଞ୍ଜଳି
ଆଜତକ ଓଡ଼ିଶା
0
Post a Comment