କଣ୍ଟାମାଳ,(ମନଧରକର୍ମୀ) କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସ୍ଥିତ ଆଞ୍ଚଳିକ ଗ୍ରାମ ପଞ୍ଚାୟତ ମହାବିଦ୍ୟାଳୟ (+୩ କଳା) ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ୨ ଘଣ୍ଟିଆ ଅନୁଦାନ ସତ୍ୟାଗ୍ରହ ନିଜ କାର୍ଯ୍ୟାଳୟ ସମ୍ମୁଖ ରେ ପ୍ରତୀକ ଧାରଣା ଦେଇଥିଲେ । ସେମାନଙ୍କ ଦାବି ଅନୁସାରେ ୨୦୦୮ ମସିହା ପରେ ସମସ୍ତ ବେସରକାରୀ କଲେଜର ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରିବା । ସେଥିପାଇଁ ଆଜି ଓଡ଼ିଶା ସରକାରଙ୍କ ବିଭାଗୀୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେଜର ଅଧ୍ୟକ୍ଷଙ୍କ ଜରିଆରେ ପ୍ରେରଣ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ,ଆଜକୁ ୮୭ ଦିନ ହେଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ଭୂବନେଶ୍ଵର ବିଧାନସଭା ଆଗରେ ଧାରଣାରେ ବସିଛନ୍ତି । ଆଜିର ଏ ପ୍ରତୀକ ଧାରଣାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମଧୁସ୍ମିତା ଭୋଇ, ଅଧ୍ୟାପକ ସୁବାଷ ବାରିକ,ରିଚପାଲ ବଗର୍ତ୍ତୀ, ଗିରିଧର ଦେହୁରୀ, କର୍ମଚାରୀ ଶ୍ରୀକାନ୍ତ ରଣା, ଦେବେନ୍ଦ୍ର ରଣା, ନରେନ୍ଦ୍ର ମଲିକ, ପଞ୍ଚାନନ ଚୌହାନ, କ୍ଷୀରଧର ରଣା, ସୁଦର୍ଶନ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Post a Comment