କଣ୍ଟାମାଳ,(ମନଧର କର୍ମୀ) ମହର୍ଷି ବ୍ୟାସଦେବଙ୍କ ଜନ୍ମ ତିଥିକୁ ପାଳନ ଅବସରରେ ଘଣ୍ଟାପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶେଷ ଦେବ ସେଠୀଙ୍କ ତତ୍ତ୍ଵାବଧାନରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିଶୁ ମନ୍ଦିରର ପରିଚାଳନା କମିଟୀର ସଭାପତି ନିଳାଚଳ ଭୋଇ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରି ଗୁରୁ ବ୍ଯାସଦେବଙ୍କ ଉପରେ ଚରିତ୍ର ଚିତ୍ରଣ କରି ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ ।ଗୁରୁମା ରଶ୍ଚିତା ରଣା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଗୁରୁମା ପ୍ରଭାସିନୀ ଜାଲ ଧନ୍ୟବାଦ ଦେଇଥିଲେ । ସେହିପରି ଗୁରୁମା ସୁଷମା ଜୟନ୍ତୀ, ସନ୍ତୋଷିନୀ, ରୀତା, ସିନି, ଅହଲ୍ୟା ଓ ଗୁରୁଜୀ ବିଶିକେଶନ ସହଯୋଗ କରିଥିଲେ ।
ଘଣ୍ଟାପଡ଼ା ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ
ଆଜତକ ଓଡ଼ିଶା
0
Post a Comment