ହରଭଙ୍ଗା : (ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲା ପୁରୁଣାକଟକ ରେ ଆସନ୍ତା ନଭେମ୍ବର ମାସ ୨୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଆୟୋଜିତ ହେବ ବୋଲି କମିଟି ସୂଚନା ଦେଇଛି! ଆଜି ସ୍ଥାନୀୟ ଲଷ୍ମୀ ନାରାୟଣ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା। କରୋନା ୨ ବର୍ଷ ପରେ ପୁଣିଥରେ ମହୋତ୍ସବ କୁ ଅଧିକ ସଫଳ କରିବା ନେଇ ବୈଠକ ରେ ଆଲୋଚନା ହୋଇଥିଲା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ହରଭ ଙ୍ଗା,ବ୍ଲକ ସରପଞ୍ଚ ସଙ୍ଘ ସଭାପତି ନିହାର ଘୋଷ ଙ୍କ ସମେତ ସମସ୍ତ ସରପଞ୍ଚ,ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ ଙ୍କ ସମେତ ୫୦ ଜଣ ସଦସ୍ୟ ଯୋଗ ଦେଇଥିଲେ! ମହୋତ୍ସବ କମିଟି ସମ୍ପାଦକ ତଥା ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀ, ସହ ସମ୍ପାଦକ ବିଜୟ କୁମାର କହଁର, ଉପ ସଭାପତି ଅକ୍ରୁର ସେଠୀ,କୋଷାଧକ୍ଷ ବାଳକୃଷ୍ଣ ନାୟକ ଉପସ୍ଥିତ ଥିଲେ " ସଦସ୍ୟ ଦୀପ୍ତି ପ୍ରକାଶ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
ଦ୍ୱିତୀୟ ବାର୍ଷିକ ମା ଭୈରବୀ ମହୋତ୍ସବ
ଆଜତକ ଓଡ଼ିଶା
0
Post a Comment