ବାଲେଶ୍ଵର (ପ୍ରଭାକର ମଲ୍ଲିକ) ସାମ୍ବାଦିକ ମାନଙ୍କୁ ସ୍କୁଲ କମପାଉଣ୍ଡ ଭିତରେ ପଶିବାକୁ ନଦେବା ଭଳି ଏକ ବିଭ୍ରାନ୍ତ ଯୋଜନା ଗଣଶିକ୍ଷା ବିଭାଗ ପ୍ରକାଶ ପାଇବା ପରେ ଏବଂ ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଏକ ବିଜ୍ଞପ୍ତି ପ୍ରକାଶ କରିବା ସହ ସେଥିରେ ସାମ୍ବାଦିକମାନଙ୍କୁ ସ୍କୁଲ ହତା ଭିତରେ ପ୍ରବେଶ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠି କରିବାକୁ ନେଇ ଚର୍ଚ୍ଚା ଯୋର ଧରିଛି। ବିନା ଅନୁମତିରେ ସାମ୍ବାଦିକମାନେ ଯଦି ସ୍କୁଲରେ ପ୍ରବେଶ କରନ୍ତି ତେବେ ଥାନାରେ ଏତଲା ଦିଆଯିବ କହିବା ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଥିବା ବେଳେ ଅମର୍ଦାରୋଡ ସମେତ ବସ୍ତା ବ୍ଲକ ଅଞ୍ଚଳରେ ବୁଦ୍ଧିଜୀବୀ,ଅଭିଭାବକ ସଂଘ,ଶିକ୍ଷାବିତ,ରାଜନୈତିକ ସ୍ତରରେ ଉକ୍ତ ଆଇନକୁ କଡ଼ା ସମାଲୋଚନା କରିଛନ୍ତି। ଯଦି ଗଣମାଧ୍ୟମକୁ ସରକାର କଣ୍ଠରୋଧ କରୁଛନ୍ତି ତେବେ ଶିକ୍ଷାନୁଷ୍ଠାନ ମାନଙ୍କରେ ହେଉଥିବା କେଳେଙ୍କାରୀ ଉପରେ ରୋକ ଲଗାଉ ନାହାନ୍ତି କାହିଁକି। ଶିକ୍ଷାନୁଷ୍ଠାନ ମାନଙ୍କରେ ଅପାରଗ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଥିବା ବେଳେ, ସରକାରୀ ସ୍କୁଲ ପ୍ରତି ବିମୁଖ ହୋଇ ବେସରକାରୀ ସ୍କୁଲ ଗୁଡିକ ପ୍ରତି ଜନସାଧାରଣଙ୍କର ଆସ୍ଥା ବଢ଼ିବାରେ ଲାଗିଛି। ଗଣମାଧ୍ୟମ ଶିକ୍ଷା ବ୍ୟବସ୍ଥାର ବହୁ ତଥ୍ୟ ଲୋକଲୋଚନକୁ ଆଣିବାରେ ସଫଳ ହୋଇଥିବା ବେଳେ ସରକାର ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ଏକ ନିନ୍ଦନୀୟ ଘଟଣା। ତେଣୁ ଏଭଳି ନିଷ୍ପତ୍ତି କୁ ସରକାର ତୁରନ୍ତ ପ୍ରତ୍ୟାହାର କରିବା ଉପରେ ଜଳେଶ୍ଵର ପୁର୍ବତନ ବିଧାୟକ ଦେବୀ ଚାନ୍ଦ,ନାବରା ସରପଞ୍ଚ ରୁନୁ ସିଂ,ବିଜେପି ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା ସମେତ ବିଭିନ୍ନ ସଙ୍ଗଠନ,ବସ୍ତା ସାମ୍ବାଦିକ ସଂଘ ଚତୁର୍ଥ ସ୍ତମ୍ଭ କଣ୍ଠରୋଧ କରାଯାଉଛି ବୋଲି କଡା ସମାଲୋଚନା କରିବା ସହ କେଳେଙ୍କରୀ,ସ୍କୁଲ ଟଙ୍କା ଆତ୍ମସାତ,ଶିକ୍ଷକ ଛାତ୍ର ଛାତ୍ରୀ ମାନଙ୍କ ସମ୍ମୁଖରେ ପାନ,ଗୁଠୁକା ଖାଇ ଶିକ୍ଷାଦାନ କରୁଥିବା ଓ ବ୍ୟାପକ ଅନମିତତା ,ବିଳମ୍ବରେ ସ୍କୁଲକୁ ଆସିବ,ପାଠ ନପଢ଼ାଇବା ଭଳି ଏପରି ବିଭିନ୍ନ ସମସ୍ୟା ଲୋକଲୋଚନକୁ ଅଣୁଥିବାରୁ ଘଟଣାକୁ ବନ୍ଦ କରିବା, ଦୁର୍ନୀତିକୁ ଚାପିବା ଏବଂ ମନ୍ତ୍ରୀଙ୍କ ଏଭଳି ବେପରୁଆ ବୟାନକୁ ବସ୍ତାରେ ବିଭିନ୍ନ ସ୍ତରରେ କଡା ସମାଲୋଚନା ହେଉଥିବାର ଦେଖିବାକୁ ମିଳିଛି।

Post a Comment