ଲଗାଣ ବର୍ଷା ଯୋଗୁଁ ମାଁ ଦ୍ବାର୍ଶନୀ ଦେବୀ ଙ୍କ ଉତ୍ପତି ସ୍ଥଳ ଜଳମଗ୍ନ,ମାଁ ଙ୍କ ପୂଜା ରେ ବ୍ୟାଘାତ।


ନୂଆପଡା (ପରମେଶ୍ବର ମେହେରଙ୍କ) ନୂଆପଡ଼ା ଜିଲ୍ଲାର ବିଭିନ୍ନ ଦେବୀପୀଠ ମାଙ୍କ ମଧ୍ୟରେ ବୋଡେ଼ନ ସ୍ଥିତ କୋଟଗାଁ ର ମାଁ ଦ୍ବାର୍ଶନୀ ଙ୍କ ପୀଠ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ।ବୋଡେ଼ନ ବ୍ଲକ ର ୨୪ ଖଣ୍ଡ ଗାଁ ବା ଟିକିରି ରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପ୍ରତି ୩ବର୍ଷରେ ତାଙ୍କର ବୋଏଲ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରାକୁତିକ ପରିବେଶ ରେ ଏକ ବାଉଁଶ ବୁଦା ମୂଳେ ତାଙ୍କର ଲିଙ୍ଗ କୁ ନେଇ ପୂଜା ହୋଇଥାଏ,ମାଁଙ୍କ ଆଦେଶ ଅନୁସାରେ ତାଙ୍କ ଉତ୍ପତ୍ତି ସ୍ଥଳ ରେ କୋୖଣସି ମନ୍ଦିର ନିର୍ମାଣ କରାଯାଏ ନାହିଁ ଖୋଲା ଆକାଶ ତଳେ ପୂଜା ପାଇଥାନ୍ତି। ହେଲେ ତାଙ୍କ ପୂଜା ପାଇ ବ୍ୟବହୃତ ସାମଗ୍ରୀ ଯଥା ଘଣ୍ଟି,ଲିଙ୍ଗ,ଏବଂ ଦାନବକ୍ସ ର ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ପାଚେରୀ ନିର୍ମାଣ କରାଯାଇଥିଲା।କିନ୍ତୁ ଦୁର୍ଭାଗ୍ୟ ର କଥା ଏହି ପାଚେରୀ ନିର୍ମାଣ ପାଇଁ ଯେଉଁ ଯନ୍ତ୍ରୀ ସ୍ଥାନଚିହ୍ନଟ କରିଥିଲେ ତାହା ଠିକଠାକ ନ ଥିବା ସହିତ ବାହ୍ୟ ଓ ଆଭ୍ୟନ୍ତରିଣ ଜଳ ନିଷ୍କାସନ ର ବ୍ୟବସ୍ଥା ନ ଥିବାରୁ ଲଗାଣ ବର୍ଷା ଯୋଗୁଁ ପାଚେରି ଭୁଶୁଡ଼ି ପଡିବା ସହିତ ପ୍ରାୟ ୪ ଫୁଟ ପାଣି ଜମି ରହି ପୁଜାସ୍ଥଳ ସମ୍ପୂର୍ଣ ବୁଡି ରହିଛି।ଫଳରେ ପୂଜାକର୍ୟ୍ଯ ରେ ବ୍ୟାଘାତ ସୃଷ୍ଟି ହେବା ସଙ୍ଗେସଙ୍ଗେ ଭକ୍ତ ମାନେ ନିରାଶ ହୋଇ ଫେରିଯାଇ ଥିଲେ।ଯଥାଶୀଘ୍ର ପାଚେରୀ ମରାମତି ନ କଲେ ପରିସରରେ ଥିବା ଫୁଲ ଗଛ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି।ପ୍ରଶାସନ ତରଫରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣ ମଧ୍ୟ ଦାବି କରିଛନ୍ତି।

Post a Comment

Previous Post Next Post