କଣ୍ଟାମାଳ (ମନଧର କର୍ମୀ) ମନମୁଣ୍ଡା ପଂଚାୟତ ର ସବୁଠୁ ଶିକ୍ଷିତ ଓ ସମୃଦ୍ଧ ଗାଁ ଭାବେ ନୂର୍ପା ପରିଚିତ।ହେଲେ ଏହି ଗ୍ରାମର ରାସ୍ତା ଅତି କଦର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି।ମନମୁଣ୍ଡା ସରପଞ୍ଚ ରଂଜୁ ବେହେରା ଙ୍କ ନିଜ ଗ୍ରାମ ନୂର୍ପା ଓ ତାଙ୍କ ଘର ନିକଟ ରେ ଅସରାଏ ବର୍ଷା ରେ ଆଣ୍ଠୁଏ ପାଣି ଜମି ରହିଛି।ଚାଲିବାକୁ ସୁଖା ରାସ୍ତା ନାହିଁ।ଲୋକମାନେ ଘରର ପିଣ୍ଡା ଉପର ଦେଇ ଯିବାଆସିବା କରୁଥିବା ଦେଖିବାକୁ ମିଳିଛି।ସେହିପରି ସେହି ରାସ୍ତା କଂକ୍ରିଟ ହୋଇ ନ ଥିବାରୁ କାଦୁଅ ପଚ ପଚ ହେଉଛି ଯଦ୍ୱାରା ଯାତାୟତ ରେ ଘୋର ଅସୁବିଧା ସୃଷ୍ଟି ହେଉଛି।ଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ନ ଥିବାରୁ ଏବଂ ଉକ୍ତ ସ୍ଥାନ ଖାଲୁଆ ହୋଇଥିବାରୁ ବର୍ଷା ଛାଡିଲା ପରେ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ସେଠାରେ ପାଣି ଜମି ରହୁଛି ଓ କାଦୁଅ ଗନ୍ଧ ରେ ରହିବା ମୁସ୍କିଲ ହୋଇ ପଡୁଛି।ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପୂର୍ବତନ ସରପଞ୍ଚ, ସମିତି ସଭ୍ୟା, ବି ଡି ଓ ପ୍ରଭୃତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ସେଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଉକ୍ତ ରାସ୍ତା ଦେଇ ଡାଙ୍ଗମୁଣ୍ଡା, ଖାଲିଅମୁଣ୍ଡା, କୁରଟିପାଲି, ଇତ୍ୟାଦି ଅନେକ ଗ୍ରାମବାସୀ ଯାତାୟାତ କରିଥାନ୍ତି। ରାସ୍ତାର ଗୁରୁତ୍ୱ ଓ ଅବସ୍ଥା କୁ ଦେଖି ପଂଚାୟତ କାର୍ତ୍ୟୁପକ୍ଷ ତୁରନ୍ତ ଉକ୍ତ ରାସ୍ତା କଂକ୍ରିଟ କରିବାକୁ ସ୍ଥାନୀୟ ବାସିନ୍ଦା ସଂଜୀବ ମହଲା, ପଞ୍ଚା ମହଲା, ନନ୍ଦ ମହଲା, ଗଙ୍ଗା ବେହେରା, ବିଭୁତି ମହଲା, ଚିତ୍ତ ରଞ୍ଜନ ତରିଆ ପ୍ରମୁଖ ଦାବି ଜଣାଇଛନ୍ତି।
ପାଣି କାଦୁଅ ସରସର ରେ ନୂର୍ପା ଗାଁ : ଜଳ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା କେବେ ?
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment