ଜିଲ୍ଲାପାଳ ଅଫିସ ଘେରିଲା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ନୂଆପଡା


ନୂଆପଡା (ପରମେଶ୍ବର ମେହେର) ଆଜି ନୂଆପଡା ଜିଲ୍ଲାପାଳ ଅଫିସ ଘେରିଲା ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ନୂଆପଡା ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱ ଜିଲ୍ଲାର କୋଣ ଅନୁକୋଣ ରୁ ଶତାଧିକ ଚାଷୀ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଜରିଆରେ ଜିଲ୍ଲାପାଳ ନୂଆପଡା କୁ ଛଅ ଦଫା ଦାବିପତ୍ର ପ୍ରଦାନ କରିଥିଲେ  ତାଙ୍କର ଦାବି ଗୁଡିକ ହେଲା (୧) ୨୦୨୦ ମସିହା ରୁ ଉଠା ଜଳସେଚନ ବିଭାଗ ରେ ଜିଲ୍ଲାର ଚାଷୀ ଅର୍ଥ ପୈଠ କରି ଗବୀର ନଳକୂପ ଖନନ ପାଇଁ ଅପେକ୍ଷା ରେ ଅଛନ୍ତି । ତୁରନ୍ତ ଚାଷୀ ମାନଙ୍କ ଜମି ରେ ଗଭୀର ନଳକୂପ ଖନନ ବ୍ୟବସ୍ଥା ଗ୍ରହଣ କରାଯାଉ । ନଂ (୨)ଚଳିତ ଖରିଫ ଋତୁ ରେ ଚାଷୀଙ୍କୁ ନିମ୍ନ ମାନର ଧାନ ବିହନ ଯୋଗାଣ ହେତୁ ବିଭିନ୍ନ ଅଞ୍ଚଳ ରୁ ଧାନ ଗଜା ନ ହେବାର ଅଭିଯୋଗ ଆସିଛି । ଏହାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ଙ୍କ ତଦନ୍ତ କରି କ୍ଷତିପୂରଣ ଦେବା ବ୍ୟବସ୍ଥା ସହିତ ନିମ୍ନମାନର ବିହନ ଯୋଗାଇ କରିଥିବା କମ୍ପାନୀ ଓ ବ୍ୟକ୍ତି ବିଶେଷ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବୋଲି ଜିଲ୍ଲାର ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଦାବି ରହିଛି । ଏହି ଅବସରେ ଆବାହକ ଯଦୁମଣି ପାଣିଗ୍ରାହୀ, ଭକ୍ତବନ୍ଧୁ ଧରୁଆ, ଶଙ୍କର ଅହୀର, ମହେଶ ସାହୁ, ଗୋଲାପ ସାହୁ, ଦୁକାଳୁ ସାହୁ ପ୍ରମୁଖ ଚାଷୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହୋଇଥିଲେ ।

Post a Comment

Previous Post Next Post