ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସ ଙ୍କ ପ୍ରତିକ୍ରିୟା
ହରଭଙ୍ଗା,(ସୁଶାନ୍ତ କୁମାର ବେହେରା)ହରଭଙ୍ଗା -ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ୧୯୮୨ ମସିହାରେ ଶଗଡ଼ିଆ ନାଳ ଉପରେ ଏକ ଲୋ-ଲେବୁଲ ସେତୁ ନିର୍ମାଣ ହୋଇଥିଲା। ଏହି ସେତୁ ନିର୍ମାଣ ହେବାର ୪୦ବର୍ଷ ବିତିଗଲାଣି।ଏହି ସେତୁଟି ଲୋ-ଲେବୁଲ ସେତୁ ହୋଇଥିବାରୁ ଲଗାଣ ବର୍ଷା ଓ ବନ୍ୟା ସମୟରେ ଏହି ସେତୁ ଉପରେ ୫ଫୁଟରୁ ଉର୍ଦ୍ଧ ବନ୍ୟାଜଳ ପ୍ରବାହିତ ଯୋଗୁଁ ଏହି ଅଂଚଳଟି ଜଳବନ୍ଦୀ ହୋଇପଡୁଛି ଏବଂ ଯୋଗାଯୋଗ ବିଛିନ୍ନ ହେବାସହ ହରଭଙ୍ଗା କଲେଜରୁ ଯାଇପାରୁନାହାନ୍ତି।ସେତୁ ଉପରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ରୋଗୀଟି ମଧ୍ୟ ଚିକିତ୍ସା ପାଇଁ ଆସିପାରୁନାହାନ୍ତି।ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବାସହ ୩୦ହଜାରରୁ ଉର୍ଦ୍ଧ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। କାରଣ ହରଭଙ୍ଗା ଠାରେ ଡାକ୍ତର ଖାନା,ଥାନା, କଲେଜ, ବ୍ୟାଙ୍କ ଆଦି ବହୁ ଗୁରୁତ୍ୱ ପୁର୍ଣ ସରକାରୀ କାର୍ଯ୍ୟାଳୟ ଅଛି, ଜନସାଧାରଣ ଏହି ସେତୁ ବାଟ ଦେଇ ହରଭଙ୍ଗା ବଜ଼ାର କୁ ଆସନ୍ତି।ବର୍ଷା ଜଳ ଏହି ସେତୁ ଉପରେ ୫ଫୁଟ ଉଚ୍ଚତାରେ ପ୍ରବଳ ବେଗରେ ଜଳ ପ୍ରବାହିତ ଯୋଗୁଁ ଦୀର୍ଘ ସମୟ ଧରୀ ଯୋଗାଯୋଗ ବିଛିନ୍ନ ହୋଇପଡୁଛି।ଏଣୁ ଦୀର୍ଘ ଦିନରୁ ଏଠାରେ ଉଚ୍ଚ ଲେବୁଲ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବୌଦ୍ଧ ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଅଂଚଳ ବାସୀ ଦାବୀ କରିଆସୁଥିଲେ। ବର୍ତମାନ ଏହି 'ଶଗଡ଼ିଆ ନାଳ'ଉପରେ ଉଚ୍ଚ ଲେବୁଲ ସେତୁ କରିବା ପାଇଁ ବୌଦ୍ଧ ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ କରାଯାଇ ରାଜ୍ୟ ପୂର୍ତ୍ତ ବିଭାଗକୁ ଅଟକଳ କରାଯାଇ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ପୂର୍ତ୍ତ ବିଭାଗ ଏହା ଅନୁମୋଦନ କରି ଆସନ୍ତା ଅକ୍ଟୋବର ମାସରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସ ପ୍ରକାଶ କରିଛନ୍ତି।
Post a Comment