ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଜିଲ୍ଲା ଉପ-ନିର୍ଦ୍ଦେଶକ କାର୍ଯ୍ୟାଳୟରେ ବୁଣାକାରମାନଙ୍କୁ ସହାୟତା ପ୍ରଦାନରେ ଦୁର୍ନିତି ପ୍ରତିବାଦରେ ଜିଲ୍ଲାର ବୁଣାକାରମାନେ ଶ୍ରମିକ ନେତା ବଳଦେବ ବେଦବାକ ଙ୍କ ନେତୃତ୍ବରେ ଜିଲ୍ଲା ଉପ- ନିର୍ଦ୍ଦେଶକ ବିୟନଶିଳ୍ପଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଜିଲ୍ଲାର ଶୁଖା, ଦିଗଶିରା, ସୁନାପାଲି ଆଦି ଗ୍ରାମ ପଂଚାୟତ ଅଞ୍ଚଳରେ ରହୁଥିବା ବୁଣାକାରମାନଙ୍କୁ ଇନ୍-ଭଟର ପଙ୍ଖା ଲାଇଟ ଇତ୍ୟାଦି ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଇଛି ।ଏ ବିଷୟରେ ବୁଣାକାରମାନେ ବିଭିନ୍ନ ସୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ଲାଭ ନ ହେବାରୁ ଅଜି ବୁଣାକାରମାନେ ଏହି ଆନ୍ଦୋଳନ କରିଛନ୍ତି ।ବୁଣାକାରମାନେ ସ୍ଥାନୀୟ ସୁରେଶ୍ବରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଏ.ଡି ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ କାର୍ଯ୍ୟାଳୟରେ ହୋଇଥିବା ଦୁ୍ର୍ନିତର ଭିଜିଲାନ୍ସ ତଦନ୍ତ ଏବଂ ୫ ଦଫା ଦାବୀ ନେଇ ବୁଣାକାରମାନେ ସ୍ଥାନୀୟ ବୟନ ଶିଳ୍ପ ଉପ-ନିର୍ଦ୍ଦେଶକଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।ମଙ୍ଗାଶାଳ କଂକ୍ରିଟ କରଣ ଟଙ୍କା ତୁରନ୍ତ ପ୍ରଦାନ ,ପ୍ରକୃତ ବୁଣାକାରକୁ ଚିହ୍ନଟ କରି ବାସ ଗୃହ ପ୍ରଦାନ , ସରକାରୀ ସବସିଡି ଦରରେ ସୂତା ପ୍ରଦାନ , ସୋଲାର ଇନଭଟର୍, ପଙ୍ଖା, ଲାଇଟ୍ ପ୍ରଦାନ ଓ ବୁଣାକାର ମାନଙ୍କ ଲକ୍ଷ ଲକ୍ଷ ଟଙ୍କାର ଅନିମିୟତତାର ଭିଜିଲେନସ୍ ତଦନ୍ତ ଆଦି ଦାବୀ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଳା ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବୁଣାକାର ମାନଙ୍କ ପକ୍ଷରୁ ଜିଲ୍ଲା ବୟନ ଶିଳ୍ପ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଓ
ଆଜତକ ଓଡ଼ିଶା
0
Post a Comment