ସୁବର୍ଣ୍ଣପୁର(ଗଣପତିବାଘ) ଦେଶର ପ୍ରତିଷ୍ଠିତ ମୁକବଧିର ଯୁବକମାନଙ୍କ ହେପିହେଣ୍ଡ ସ୍କୁଲ ପରିଦର୍ଶନ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସ୍ଥିତ ଚଢ଼େଇପଙ୍କ ପଞ୍ଚାୟତ ଶିଖା ଇକୋ ଭିଲେଜ ଅନ୍ତର୍ଗତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ କୁ ଭାରତର ବିଭିନ୍ନ ପ୍ରଦେଶ ରୁ ପ୍ରତିଷ୍ଠିତ ମୁକବଧିର ଯୁବକ ମାନେ ପରିଦର୍ଶନ ରେ ଆସିଥିଲେ। ଯୁବକ ମାନେ ମୁକବଧିର ହୋଇ ମଧ୍ୟ ବିଭିନ୍ନ ଚାକିରୀ ଏବଂ ବ୍ୟବସାୟ କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ହେପି ହେଣ୍ଡସ ସ୍କୁଲ ର କୁନି କୁନି ପିଲାମାନେ ସେହି ଯୁବକ ମାନକୁ ସ୍ୱାଗତ କରି ତାଙ୍କ ସହିତ ବେଶ କିଛି ସମୟ ଅତିବାହିତ କରିଥିଲେ।
ଯୁବକ ମାନେ ଛୋଟ ଛୋଟ ପିଲାମାନଙ୍କର ସାଙ୍କେତିକ ଭାଷା ଏବଂ ଅନ୍ୟ ବିଷୟ ମାନଙ୍କର ଜ୍ଞାନ ଦେଖି ବେଶ ପ୍ରଭାବିତ ହୋଇଥିଲେ। ହେପି ହେଣ୍ଡସ ଫର ଦି ଡେଫ ସ୍କୁଲ ର ପ୍ରତିଷ୍ଠାତା ଶିବାଜୀ ପଣ୍ଡା ସୁଦୂର ଲଣ୍ଡନ ସ୍ଥିତ ଅକ୍ଲାନ ଇଉନିଭରସିଟି ରେ ଲିଙ୍ଗୁଇଷ୍ଟିକ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। ବିଭିନ୍ନ ଦେଶ ବିଦେଶ ବୁଲି ମୁକ ବଧିର ପିଲାମାନଙ୍କର ପାଠ ପଢା ଉପରେ ଅନୁସନ୍ଧାନ କରୁଥିଲେ। ସେ ହଠାତ ମୋଟା ଅଙ୍କର ଚାକିରୀ ଛାଡି ତାଙ୍କର ମା ମାଟି ସିନ୍ଦୁରପୁର କୁ ଚାଲିଆସି ଏଠାରେ ଗୋଟିଏ ମୁକବଧିର ସ୍କୁଲ ପ୍ରତିଷ୍ଠା କରିଥିଲେ। ସେହି ସ୍କୁଲ ରେ ମୁକବଧିର ଛାତ୍ର ମାନଙ୍କୁ ମାଗଣାରେ ଶିକ୍ଷା ସହ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ତ୍ତମାନ ସ୍କୁଲ ଟି ଉଲ୍ଲୂଣ୍ଡା ବ୍ଲକ ସ୍ଥିତ ଚଢ଼େଇପଙ୍କ ଠାରେ ଅବସ୍ଥାପିତ। ସ୍କୁଲ ରେ ବର୍ତ୍ତମାନ ପାଖାପାଖି ୪୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ଛାତ୍ର ଛାତ୍ରୀ ମାନେ ସୁବର୍ଣ୍ଣପୁର ଜିଲ୍ଲା ସହ ସୁନ୍ଦରଗଡ, ଝାରସୁଗୁଡା,ବଲାଙ୍ଗିର,ପାଟଣାଗଡ,ବ୍ରହ୍ମପୁର,ବରଗଡ,ଦିଲ୍ଲୀ,ଉତ୍ତରପ୍ରଦେଶ ରୁ ଆସି ରହି ଏଠାରେ ପଢୁଛନ୍ତି। ଶିବାଜୀ ପଣ୍ଡା ଗତ ଚାରି ପାଂଚ ବର୍ଷ ହେଲା ନିଜ ମାଁ ମାଟିରେ ମୁକ ବଧିରଙ୍କ ପାଇଁ ନିଜସ୍ବ ପ୍ରଚେଷ୍ଟାରେ ଏହି ସ୍କୁଲଟି ସ୍ଥାପନ କରି ଏବେ ୪୦ଟି ମୁକବଧିର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରୁଥିବା ବେଳେ ଏହି ସ୍କୁଲ ପରିଦର୍ଶନରେ ଓଡିଶା ବାହାରୁ ପ୍ରତିଷ୍ଠିତ ମୁକ ବଧିର ଯୁବକମାନେ ଆସିଥିବାରୁ ଶିବାଜୀ ବେଶ୍ ଖୁସୀ ଅନୁଭବ କରୁଛନ୍ତି ।ସ୍କୁଲର ଭିତ୍ତିଭୂମୀ ବିକାଶ ହେଲେ ଆଗକୁ ଆହୁରି ଦିବ୍ୟାଙ୍ଗ ପିଲାଙ୍କୁ ପାଠ ପଢିବାର ସୂଯୋଗ ସୃଷ୍ଟି କରିହେବ ବୋଲି ଆଶା କରି ସରାକରୀ ପ୍ରତ୍ସାହନ ପାଇଁ ଦାବି କରିଛନ୍ତି ।
Post a Comment