ସୁବର୍ଣ୍ଣପୁର (ଗଣପତି ବାଘ) ଭୁବନେଶ୍ବର ବିଜେବି କଲେଜ ହଷ୍ଟେଲରେ ଛାତ୍ରି ରୁଚିକା ମହାନ୍ତି ଙ୍କୁ ରେଗିଙ୍ଗ ଅଭିଯୋଗ ରେ ହୋଇଥିବା ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ନବ ନିର୍ମାଣ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୋନପୁର ବନ୍ଦ ଡାକରା ଦିଆଯାଇଛି । ଏଥିରେ ସୁବର୍ଣ୍ଣପୁର ସହରର ସମସ୍ତ ଦୋକାନ , ବଜାର , ବୈବସାୟୀକ ପ୍ରତିଷ୍ଠାନ, ସରକାରୀ , ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ସ୍କୁଲ , କଲେଜ ଆଦି ମଧ୍ୟ ବନ୍ଦ ରହିଛି । ଏପରିକି ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ସକାଳୁ ସକାଳୁ ନବ ନିର୍ମାଣ ଯୁବ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସହରର ଦୋକାନ , ବଜାର, ସ୍କୁଲ , କଲେଜ ଆଦି ପିକେଟିଂ କରି ବନ୍ଦ କରିଥିବା ବେଳେ ସହରର ମୁଖ୍ୟ ଛକ ଗୁଡିକରେ ରାସ୍ତା ଅବରୋଧ କରି ଗାଡି ଚଳାଚଳ ବନ୍ଦ କରିଛନ୍ତି । ସହରର ବ୍ଲକ ଛକରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଥିବା ବେଳେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବନ୍ଦରେ ଜରୁରୀ ସେବା କୁ ବାଦ ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅପ୍ରିତିକର ଘଟଣା ସାମାନାକୁ ଆସି ନ ଥିବା ବେଳେ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ କରାଯାଉଛି । ଆଗାମି ଦିନରେ ରୁଚିକା ଆତ୍ମହତ୍ୟା ମାମଲାରେ ସଂଶ୍ଲିଷ୍ଟ ଥିବା ତିନିଜଣ ଝିଅ ଓ କଲେଜ କତୃପକ୍ଷ ଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଆନ୍ଦୋଳନ କାରୀ ା
ରୁଚିକା ଆତ୍ମହତ୍ୟା ଘଟଣାରେ ଦୋଷୀଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବୀରେ ୧୨ଘଣ୍ଟିଆ ସୋନପୁର ବନ୍ଦ
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment