ସିନାପାଲି ପ୍ରାଥମିକ ଶିକ୍ଷକ ସଂଘ ବୈଠକ


ସିନାପାଲି: (ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ସ୍ଥାନୀୟ କେଂଦ୍ର ପ୍ରାଥମିକ ବିଦ୍ଯାଳୟ ଠାରେ ଅନୁଷ୍ଠିତ ହୋଇଛି । ସଂଘର ସଭାପତି ପ୍ରସନ୍ନ କୁମାର ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭା ପରିଚାଳନା କରିଥିଲେ । ବୈଠକରେ ଶିକ୍ଷକଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଗ୍ରେଡ଼େସନ୍ ଓ ସଂଘ ପୁନର୍ଗଠନ ବିଷୟରେ ଆଲୋଚନା କରାଯାଇଥିଲା । ଏ ଅବସରରେ ଦାୟିତ୍ୱରେ ଥିବା ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଯଶୋବନ୍ତ ନାରାୟଣ ପଣ୍ତା, ସଂପାଦକ ଧନୁ ବାଗଙ୍କ ସହ ପଂଚାନନ ଖମାରୀ, ଭରତ ଚଂଦ୍ର ବାଗ, ହୃଦାନନ୍ଦ ମେହେର, ଅରୁଣ କୁମାର ଯୋଷୀ, ଈଶ୍ୱର ବଘେଲ, ରାକେଶ ମିଶ୍ର ପ୍ରମୁଖ ମତ ପ୍ରକାଶ କରିଥିଲେ । ବୈଠକରେ ଆଗାମୀ ଜୁଲାଇ ୩୧ରେ ସିନାପାଲି ବ୍ଲକ ସଂଘର ପୁନର୍ଗଠନ ନେଇ ନିଷ୍ପତ୍ତି ନିଆଯାଇଛି । ଖଡ଼ିଆଳ ବ୍ଲକରୁ ଯୋଗ ଦେଇଥିବା କୁନା ଭୋଇ, ଅରୁଣ ନାଗ, ଗୋକୁଲ ନାଗ, ରୂପା ବାଗଙ୍କ ସହ ସିନାପାଲି ସଂଘର ପ୍ରାଣକୃଷ୍ଣ ଯୋଷୀ, ଟିକେମଣି ଜଗତ, ଶେଖର ବାଗ, ଦେବାନନ୍ଦ ବାଗ, ସଚିଦାନନ୍ଦ ମେହେର, ପ୍ରମୋଦ କୁମାର ସାହୁ, ଭୀମସେନ ମେହେର, ଜନ୍ମେଜୟ ଭୋଇ, ଧନେଶ୍ୱର ବଞ୍ଜାରା, ପ୍ରଦୀପ କୁମାର ନାୟକ, ପ୍ରେମାନନ୍ଦ ମେହେର, କିଶୋର କୁମାର ସାହୁ, ଅତୁଳ କୁମାର ପାତ୍ର, ଲୋମଶ ସା, ସେବକରାମ ପାତ୍ର, ସାନୁର୍ଯ୍ଯ ମେହେର, ଚକ୍ରଧର ଧାକଡ଼, ଆୟୁବ ଖାଁ, ବଂଶୀଧର ଜଗତ, ତୁଳସୀରାମ ରାଉତ, ପରେଶନାଥ ପାଣିଗ୍ରାହୀ, ନୀକୁଞ୍ଜବିହାରୀ ସା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ବ୍ଲକ କୋଷାଧ୍ଯକ୍ଷ ଖଗେଶ୍ୱର ନିଆଲ ଧନ୍ଯବାଦ ଦେଇଥିଲେ ।

Post a Comment

Previous Post Next Post