ଚୋରା ଗଞ୍ଜେଇ ଚାଲାଣ ବେଳେ ପୁଲିସ ର ଚଢ଼ାଉ ୪୫କେଜି ଗଞ୍ଜେଇ ଓ ବ୍ୟବହୃତ କାର ଜବତ , ଜଣେ ଗିରଫ ୬


କଣ୍ଟାମାଳ:(ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅଧିନସ୍ଥ ଘଣ୍ଟାପଡା ଛକ(ରାଜ୍ୟ ରାଜପଥ୪୧ )ନିକଟରେ ଗତ କାଲି ଏକ ମାରୁତି ସୁଜିକି ସିଜ଼ କାର (ଓଡ଼ି-୦୧ଜେ-୭୭୩୫)ଯୋଗେ ଚୋରାରେ ଗଞ୍ଜେଇ ଦୁଇଟି ଜରି ବ୍ୟାଗ ରେ ଚାଲାଣ ହେଉଥିବା ବେଳେ କଣ୍ଟାମାଲ ପୁଲିସ ଚଢ଼ାଉ କରିଥିଲେ । ଏହି ଦୁଇଟି ବ୍ୟାଗରେ ଥିବା ୪୫କେଜି ଗଞ୍ଜେଇ( ମୂଲ୍ୟ ତିନିଲକ୍ଷ ପଞ୍ଚାନବେହଜାର ), ବ୍ୟବହୃତ କାର ଓ ମୋବାଇଲକୁ ଜବତ କରିଛି । ଏଥିସହ ଅଭିଯୁକ୍ତ ମାନସ କୁମାର ନାଗ ଓରାଫ ମାଲୁ (୩୦)କୁ ଥାନାକୁ ଆଣି ଅଟକ ରଖି ପୁଲିସ ପଚରା ଉଚାର କରିଛି । ଏ ସମ୍ପର୍କରେ ପୁଲିସ ଥାନା କେଶ ନଂ ୯୨/ ୧୯.୦୭.୨୨, ୟୁ/ଏସ ୨୦ (B)(୧୧)(c)NDPS ଧାରା ଆନୁସାରେ ଏକ ମକଦ୍ଦମା ରୁଜୁ କରି ମନମୁଣ୍ଡା ଥାନା ନୃପା ଗ୍ରାମର ମାନସ କୁମାର ନାଗ ଓରଫ ମାଲୁ କୁ ଗିରଫ କରବା ସହ ଆଜି କୋଟକୁ ପଠାଯାଇଛି ବୋଲି କଣ୍ଟାମାଳ ଥାନା ଦାୟିତ୍ୱ ରେ ଥିବା ଡି ଏସ ପି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି ।

Post a Comment

Previous Post Next Post