ଅସ୍ଵାସ୍ଥ୍ୟକର ପରିବେଶ ସହିତ ନିମ୍ନ ମାନର ଖାଦ୍ୟ
ହରଭଙ୍ଗା : (ଶୁଶାନ୍ତ କୁମାର ବେହେରା) ହଳଦୀ ଗୁଣ୍ଡ ମିଶା ଗରମ ପାଣି ସହିତ ଅଧକିଲୋ ଆଳୁ ବିଦ୍ୟାଳୟରେ ଉପସ୍ଥିତ ୩୯ଟି ପିଲାଙ୍କୁ ଅସ୍ୱାସ୍ଥ୍ୟ କର ପରିବେଶରେ ଦିଆଯାଉଛି ମଧ୍ୟାହ୍ନ ଭୋଜନ।ଏହା ଆଜି ଆମ କ୍ୟାମେରାରେ କଏଦ ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଂଚାୟତ ଅନ୍ତର୍ଗତ ଭରତା ପୁର ପ୍ରାଥମିକ ବିଦ୍ୟାଳୟ ରେ ଘଟିଛି ଏଭଳି ଅଭାବନୀୟ ଘଟଣା!ଛାତ୍ର ଛାତ୍ରୀ ଙ୍କ ବି ଅଭ୍ୟାସ ରହିଗଲାଣି ଖାଦ୍ୟ କୁ ଦେଖି ଜୋଲ ମାଗିବା ଉତ୍ତରରେ ପ୍ରଧାନ ଶିକ୍ଷକ ପିଲାଙ୍କୁ କହୁଛନ୍ତି ଝୋଳ କଣ ହେବ ପାଣି ମିଶାଇ ଖାଅ। ଏପଟେ ରୋଷେଇ ଦାଇତ୍ୱ ରେ ଥିବା ମା ଙ୍କୁ ପଚାରିଲେ ଆମକୁ ଯାହା ସ୍କୁଲ ରୁ ଦିଆଯାଉଛି ଆମେ ତାହା ରୋଷେଇ କରୁଛୁ ବୋଲି ଉତ୍ତର ମିଳୁଛି। ସତରେ କଣ ମଧ୍ୟାହ୍ନ ଭୋଜନ ତାଲିକାରେ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟ ସାରଣୀ ଅଛି ନାଁ ମଧ୍ୟାହ୍ନ ଭୋଜନ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିଜେ ଆତ୍ମସାତ କରୁଛନ୍ତି ଏହା ଏହି ଭିଡିଓ ରୁ ହିଂ ଆକଳନ କରାଯାଇ ପାରିବ। ବୌଦ୍ଧ ଜିଲ୍ଲା ରେ ଶିକ୍ଷା ବିଭାଗ ର ଏହି ନଗ୍ନ ରୂପ ଆଜି ପର୍ଦାଫାଶ ହୋଇଛି।
Post a Comment