ଓଡ଼ିଆ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ


ହରଭଙ୍ଗା,(ଶୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ପକ୍ଷରୁ  ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ  ହୋଇଯାଇଛି । ଏହି ଉତ୍ସବ ରେ ଯୁକ୍ତ ତିନି ଶେଷ ବର୍ଷ  ଓଡ଼ିଆ ସମ୍ମାନ ବିଭାଗ ଛାତ୍ରଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା କରିବା ସହ  ଅବସର ପ୍ରାପ୍ତ ଅଧ୍ୟକ୍ଷ ପୂର୍ନେନ୍ଦୁ ତ୍ରିପାଠୀ ଙ୍କୁ  ମଧ୍ୟ ଓଡ଼ିଆ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଜଣା ଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧକ୍ଷ ପୂର୍ନେନ୍ଦୁ  ତ୍ରିପାଠୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପକ ଡ଼, ପ୍ରମୋଦ ମହାପାତ୍ର ପରିଚାଳନା କରିଥିଲେ । । ଏହି ଉତ୍ସବ ରେ ମହାବିଦ୍ୟାଳୟ ର  ଅଧ୍ୟାପକ ଲଳିତ ମେହେର, ରଞ୍ଜିତ ସାମଲ, ସୁରେଶ୍ଵର ଯୋଶୀ, ଅଧ୍ୟାପିକ ସୁଷମା ରାଣୀ ବୋହି ଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଦିତୀୟ ବର୍ଷର ଛାତ୍ର ଅମରେଶ୍ୱର ମହାକୁଡ଼, ଦିବାକର ମହାକୁଡ଼, ରତିକାନ୍ତ ପ୍ରଧାନ, ଏବଂ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଅଲ୍ ମନ୍ ସେଠୀ ଓ ପ୍ରିୟଙ୍କା ସାହୁ ସଂଯୋଜନା କରିଥିଲେ।

Post a Comment

Previous Post Next Post