ମା ଲଷ୍ମୀ ଙ୍କ ମନ୍ଦିର ତିଆରିପାଇଁ ଭିତିଭୂମି ପୂଜନ


କଣ୍ଟାମାଳ,(ଶୁଶାନ୍ତ କୁମାର ବେହେରା) ଆଜି ହେରା ପଞ୍ଚମୀ ତିଥିରେ ମନମୁଣ୍ଡା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ମନ୍ଦିର ଚୌହଦୀ ମଧ୍ୟରେ ଲଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି।ମନମୁଣ୍ଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ଦଥା ଉଦ୍ୟକ୍ତା ଶ୍ରୀଯୁକ୍ତ ଆଶିଷ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୁବୁଲି ସାହୁ କର୍ତ୍ତା ଦାୟିତ୍ୱ ନିର୍ବାହ  କରିବା ସହିତ ସ୍ୱର୍ଗତ ଅଜା କାର୍ତ୍ତିକ ସାହୁ ସରପଞ୍ଚ ଥିବା ସମୟରେ ଦଧିବାମନ ମନ୍ଦିର ପ୍ରତି ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାର୍ଥକ ହେବାକୁ ଯାଉଅଛି ବୋଲି ଶ୍ରୀଯୁକ୍ତ ସାହୁ କହିଥିଲେ।ଶ୍ରୀଯୁକ୍ତ ମେଘନାଦ ପାଣିଗ୍ରାହୀ ମା ଲଷ୍ମୀ ଙ୍କର ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ସମାପନ କରିଥିଲେ।।ଏହି ଉପଲକ୍ଷେ ଗ୍ରାମର ଶ୍ରଦ୍ଧାଳୁ ଓ ଧାର୍ମିକ ମହିଳା ମାନେ ଯୋଗଦେଇ ତେଲନଦୀର ସୂବର୍ଣ୍ଣମେରୁ ଘାଟରୁ ଏକ ସୋଭାଯାତ୍ରାରେ ଜଳପୂର୍ଣ୍ଣ କଳସୀ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।ଏହି କାର୍ଯ୍ୟରେ ଶ୍ରୀଯୁକ୍ତ ପାଣିଗ୍ରାହୀ ଙ୍କୁ ମନ୍ଦିର ର ମୁଖ୍ୟ ପୂଜକ ଆଶୁତୋଷ ହୋତା ଓ ରଘୁନାଥ ହୋତା,ମନ୍ଦିର ପରିଚାଳନା କମିଟିର ସଭାପତି ବିପ୍ର ଚନ୍ଦ୍ର ବେହେରା,ସମ୍ପାଦକ ଗଣେଶ ଲୋଇ, କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର, ସଭ୍ୟ ନିରଞ୍ଜନ ହୋତା, ଦଶରଥ ମେହେର, ଚନ୍ଦ୍ରଶେଖର ମେହେର, ପରମେଶ୍ବର ମେହେର ଓ ଶୁଶିଲ୍ କୁମାର ମେହେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମା ଲଷ୍ମୀ ଙ୍କର ମନ୍ଦିରର ଭୂମି ପୂଜନୋତ୍ସବ ସୂଚାରୁ ରୂପେ ସମ୍ପାଦନ ହୋଇଥିଲା।

Post a Comment

Previous Post Next Post