ଗୋଟିଏ ମଞ୍ଚରେ 6ଜଣ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ


ହରଭଙ୍ଗା,(ଶୁଶାନ୍ତ କୁମାର ବେହେରା) ଗତ ରବିବାର ଦିନ ତିଲେଶ୍ୱର ପ୍ରାଥମିକ ବିଦ୍ୟାଳୟ ରେ ଦେବେନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଗୋଟିଏ ମଞ୍ଚରେ ରାମଗଡ, ତିଲେଶ୍ୱର ଓ ଧଳପୁର ଆଞ୍ଚଳିକ ସାଧନ କେନ୍ଦ୍ରସ୍ଥ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଗହଣରେ 6ଜଣ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି!ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କନିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ସ୍ୱରାଜ କହଁର,ମୁଖ୍ୟ ବକ୍ତା ଭାବେ ସୁବାସ ଚନ୍ଦ୍ର ବିଶି ଯୋଗଦେଇଥିଲେ!ଅବସର ପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ, ହରଭଙ୍ଗା, ଶ୍ରୀଯୁକ୍ତ ଦେବରାଜ ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ବିଶି, ଗୌରୀଶଙ୍କର ପଟ୍ଟନାୟକ, ବାସୁଦେବ କ୍ଷେତ୍ତି, ନୀଳମଣି ମହାରଣା, ଅର୍ଜୁନ ରଣା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି!ତିଲେଶ୍ୱର CRCC ସତ୍ୟନାରାୟ ପୃଷ୍ଟି, ଧଳପୁର CRCC ସତ୍ୟନାରାୟଣ ନାଏକ ଓ ରାମଗଡ CRCC ସୁବାସ ଚନ୍ଦ୍ର ବିଶି ଙ୍କ ତତ୍ଵାବଧାନରେ ଏହି ସଭା ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ଶିକ୍ଷକ ବିଭୁତି ପlଢି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post