ନୂଆପଡ଼ା,(ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଗାନ୍ଧୀନଗର ଠାରେ ଶ୍ରାବଣ ମାସର ପ୍ରଥମ ଦିବସ ରେ ମହା ଗାୟତ୍ରୀ ଦୀପ ଯଜ୍ଞ ସମାରୋହରେ ପାଳିତ ହୋଇଯାଇଛି । ଏବଂ ୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ହେବାକୁ ଯାଉଥିବା ହରିଦ୍ଵାର ରୁ ଆସିଥିବା ଶକ୍ତି କଳସ ରଥ କୁ ସିନାପାଲି ଗାନ୍ଧୀନଗର ର ମା ଭଉଣୀ ମାନେ ବନ୍ଧାପଣା କରି ହୁଳହୁଳି ଦେଇ ବହୁତ ଆଡ଼ମ୍ବର ରେ ସ୍ବାଗତ କରିଥିଲେ । ସେଥିରେ ସିନାପାଲି ଗାୟତ୍ରୀ ଶକ୍ତି ପୀଠ ର କର୍ମ କର୍ତ୍ତା ବୃନ୍ଦ ଯଜ୍ଞକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଯଜ୍ଞ ଶେଷରେ ପ୍ରସାଦ ଓ ଭୋଜନ ର ବ୍ୟବସ୍ଥା କରାଯାଇଥିଲା । ସେଥିରେ ଗାନ୍ଧୀନଗର ର ସିଦ୍ଧିବିନାୟକ କ୍ଳବ୍ ର କର୍ମକର୍ତ୍ତା ମାନେ ମୂଖ୍ୟ ସହଯୋଗ କରିଥିଲେ ।
ସିନାପାଲି ଗାନ୍ଧୀନଗର ଠାରେ ଶ୍ରାବଣ ମାସର ପ୍ରଥମ ଦିବସ ରେ ମହା ଗାୟତ୍ରୀ ଦୀପ ଯଜ୍ଞ ପାଳିତ
ଆଜତକ ଓଡ଼ିଶା
0
Post a Comment