ହରଭଙ୍ଗା : (ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ତରଫରୁ ଆଜି ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ସଭାଗୃହ ରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁକ୍ତି କରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି!ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିରଞ୍ଚି ଧରୁଆ ଏହି ସଭାରେ ଅଧ୍ୟକ୍ଷତା କରିଥିବା ବେଳେ, ବିଡ଼ିଓ ସ୍ମିତା ରଥ ମୁଖ୍ୟଅତିଥି, ରବିଶଙ୍କର ସାହୁ MBC ପୁରୁଣା କଟକ ମୁଖ୍ୟ ବକ୍ତା,ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ସମ୍ମlନୀତ ଅତିଥି,ସ୍ୱଳ୍ପ ସଂଚୟ ପ୍ରତିନିଧି ଶୈଳ ସୁତା କବାଟ ସରପଞ୍ଚ ଅଶୋକ ସେଠି ଉପସ୍ଥିତ ରହିଥିଲେ!କଷ୍ଟ ଉପାର୍ଜିତ ଧନ କିପରି ଡାକ ଘରେ କିମ୍ବା ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ମାନଙ୍କ ରେ ଜମା ରଖି ସୁରକ୍ଷିତ ରହିବାକୁ ଉକ୍ତ ସଭାରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପୁରୁଣାକଟକ ପଞ୍ଚାୟତ ର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।
ଜିଲ୍ଲା ସ୍ୱଳ୍ପ ସଂଚୟ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁକ୍ତି କରଣ ଶିବିର ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment