ବାଲିଆପାଳ ଆଇ ଆଇ ସି ଙ୍କ ବଦଳି ଖବର ପ୍ରଚାର ପରେ ସକ୍ରିୟ ହୋଇ ଉଠିଲେ ଲୋଟେରା ଓ ଦଳାଲ । ଶ୍ରୀ ସାହୁଙ୍କ ବଦଳି ବାତିଲ୍ ପାଇଁ ଦାବି


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଜାମୁକୁଣ୍ଡା ଛକରୁ ତିରିଶ ହଜାର ଟଙ୍କା ଲୋଟିନେଲେ ଲୋଟେରା। ବାଲିଆପାଳ ଥାନା ଆଇ ଆଇ ସି ପର୍ଶୁରାମ ସାହୁ ଥାନା ର ଦାୟିତ୍ବ ଗ୍ରହଣ କରିବା ପରେ ବାଲିଆପାଳ ଥାନା ଅଞ୍ଚଳରେ ଲୋଟେରା ଓ ଦଳାଲ ନିଷ୍କ୍ରିୟ ହୋଇଯାଇଥିଲେ। ଫଳରେ ଦୀର୍ଘ ଦିନ ହେଲା ବିଭିନ୍ନ ମହଲରେ ଦଲାଲ ମାନଙ୍କୁ ଦେଖିବକୁ ମିଲୁ ନଥିଲା। ସୋମବାର ରାତିରୁ ଆଇ ଆଇ ସି ଶ୍ରୀ ସାହୁ ଙ୍କ ବଦଳି ଖବର ପ୍ରଚାର ହେବା ପରେ ଦଲାଲ ମହଲରେ ଆନନ୍ଦ ଲହରୀ ପ୍ରବାହିତ ହେଉଥିବା ବେଳେ ଲୋଟେରା ମାନେ ସକ୍ରିୟ ହୋଇ ଦିନ ଦ୍ୱିପ୍ରହର ରେ ଗହଳି ପୁର୍ଣ୍ଣ ଜାମୁକୁଣ୍ଡା ଛକରୁ ତିରିଶ ହଜାର ଟଙ୍କା ଦୁଇ ଲୋଟରା ଏକ ପଲ୍ ସର୍ ଗାଡି ରେ ଝାମ୍ପି ନେଇ ଚମ୍ପଟ ମାରିଛି। ଲୋଟର ଶିକାର ହୋଇଛନ୍ତି ସାଉଡି ପଞ୍ଚାୟତର ବୁଢ଼ୀ ରାଣୀ ଗ୍ରାମର ଭାନୁ ଚରଣ ମାଲିକ ଙ୍କ ପୁତ୍ର ଚିତ୍ତରଞ୍ଜନ ମଲ୍ଲିକ ।ଚିତ୍ତରଞ୍ଜନ ବାଲିଆପାଳ କୋପରେଟିଭ୍ ବ୍ୟାଙ୍କ ରୁ ଧାନ ବିକ୍ରୀ ବାବଦରେ ୩୯ ହଜାର ଟଙ୍କା ଉଠେଇ ନିଜ ପ୍ୟାଣ୍ଟ ପ୍ୟାକେଟ ରେ ୯ ହଜର ଓ ଗୋଟିଏ ବ୍ୟାଗ ରେ ତିରିଶ ହଜାର ଟଙ୍କା ରଖିଥିଲେ। ଟଙ୍କା ବ୍ୟାଙ୍କ ରୁ ଉଠାଇ ବାଲିଆପାଳ ତହସିଲ କୁ ଯାଇଥିଲେ। ସେଠାରୁ କାମ ସାରି ଫେରି ଜାମୁ କୁଣ୍ଡା ଛକରେ ଥିବା ଏକ ଜଳଖିଆ ଦୋକାନରେ ଜଳଖିଆ ଖାଉଥିବା ସମୟରେ ଲୋଟେରା କୌଶଳ କ୍ରମେ ବ୍ୟାଗ ରୁ ତିରିଶ ହଜାର ଟଙ୍କା ନେଇ ସହଯୋଗୀ ର ବ୍ଲୁ ରଙ୍ଗର ପଲସର୍ ରେ ବସି ଫେରାର ହୋଇଯାଇଛନ୍ତି। ଚିତ୍ତରଞ୍ଜନ ଏନେଇ ବାଲିଆପାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ବାଲିଆପାଳ ପୋଲିସ ଘଟଣା ସ୍ଥଳ ଜାମୁକୁଣ୍ଡା ଛକରେ ପହଞ୍ଚି ବିଭିନ୍ନ ଦୋକାନୀ ମାନଙ୍କୁ ପଚରା ଉଚରା କରିବା ସହିତ ବିଭିନ୍ନ ଦୋକାନ ର ଲାଗିଥିବା ସିସିଟିଭି କେମେରା ଫୁଟେଜ ଯାଞ୍ଚ କରୁଛି।ଏବଂ ସେହି ବାଲିଆପାଳ ଆଇ ଆଇ ସି ଙ୍କ ବଦଳି ବାତିଲ ଦାବିରେ ସ୍ମାରକ ପାତ୍ର ,ବାଲିଆପାଳ ଆଇ ଆଇସି ପର୍ଶୁରାମ ସାହୁଙ୍କ ବାଲେଶ୍ବର ଟାଉନ ଥାନାକୁ ବଦଳି ହୋଇଛି ।ତାଙ୍କ ସ୍ଥାନରେ ବସ୍ତା ଆଇ ଆଇସି ସୁବ୍ରତ ବେହେରାଙ୍କୁ ଅବସ୍ଥାପିତ କରାଯାଇଛି ।ତେବେ ପର୍ଶୁରାମ ସାହୁଙ୍କ ପରି ଜଣେ ଦକ୍ଷ , ସଚ୍ଚୋଟ ,ନିଷ୍ଠାପର , ନିରପେକ୍ଷ ଆଇ ଆଇସି ଙ୍କ ବଦଳି କାହିଁକି ହେଲା ତାଙ୍କୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇବା ସହ ଅସନ୍ତୋଷ ଦେଖା ଦେଇଛି ।ଏନେଇ ଆଜି ଅପରାହ୍ନ ରେ ବାଲିଆପାଳ ଗଣ ଚେତନା ମଞ୍ଚ ର ସଭାପତି କୁଶଧ୍ବଜ ଜେନା ,ବାଲିଆପାଳ ସୂଚନାଅଧିକାର ସଂଘ ର ସଭାପତି ଅନୁଜ କୁମାର ମହାପାତ୍ର ,ଶ୍ରୀକାନ୍ତ ଦଣ୍ଡପାଟ, କ୍ଷତିଶ ମଲ୍ଲିକ ,ଜିତେନ୍ଦ୍ର କୁହ୍ଲାରୀ ସହ ବହୁଲୋକ ଆଇ ଆଇସି ଶ୍ରୀ ସାହୁଙ୍କ ବଦଳି ବାତିଲ କରିବା ପାଇଁ ବାଲିଆପାଳ ତହସିଲ ଦାର ଙ୍କ ଜରିଆରେ ବାଲେଶ୍ବର ଏସପିଙ୍କୁ ଏକ ସ୍ମାରଙ୍କ ପତ୍ର ପ୍ରଦାନ କରିଛନ୍ତି 

Post a Comment

Previous Post Next Post