ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅର୍ନ୍ତଗତ କେଉଟିପାଳି ଛକ ନିକଟରେ ଦମ୍ପତିଙ୍କୁ ଅଭିନବ ଉପାୟରେ ଲୁଟ ଉଦ୍ୟମ । ଦମ୍ପତିଙ୍କ ମୁହିଁରେ ସ୍ପେ ମାରୀ ଲୁଟୁ ଉଦ୍ୟମ । ପରେ ଦମ୍ପତି ପାଟି କରିବାରୁ ସ୍ଥାନୀୟ ଲୋକେ ଲୁଟେରାମାନଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ।ସାରସମାଲ ଗାଁର ଗଣ୍ଡାରାମ ଭୋଇ ଓ ତାଙ୍କ ସ୍ତ୍ରୀ ସବିତା ଭୋଇ ସମ୍ବଲପୁରରୁ ଏକ ବାଇକ ଯୋଗେ ସୋନପୁର ଆସୁଥିଲେ ।କେଉଟିପାଲି ଠାରେ ତିନି ଜଣ ଲୁଟେରା ହଠାତ ତାଙ୍କ ବାଇକକୁ ଅଟକାଇ ମୁହଁରେ ସ୍ପେ ମାରିଦେଇ ଲୁଟ ଉଦ୍ୟମ କରୁଥିଲେ ।କିନ୍ତୁ ଏମାନେ ପାଟି କରିବାରୁ ଲୁଟେରା ମାନେ ଫେରାର ହେବା ସମୟରେ ସ୍ଥାନୀୟ ଲୋକମାନେ ଲୁଟେରା ମାନଙ୍କୁ କାବୁ କରିଥିଲେ ।ପରେ ଲୁଟେରା ମାନଙ୍କୁ ସ୍ଥାନୀୟ ଲୋକେ ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି ।ଉଲୁଣ୍ଡା ପୋଲିସ ତିନି ଜଣ ଲୁଟେରାଙ୍କୁ ଅଟକ ରଖି ତଦନ୍ତ ଅରମ୍ଭ କରିଛି ।
କେଉଟିପାଲି ଛକ ନିକଟରେ ଦମ୍ପତ୍ତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ ଉଦ୍ୟମ
ଆଜତକ ଓଡ଼ିଶା
0
Post a Comment