କୁର୍ଲି ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର

ଗୋଟିଏ କୋଠରୀରେ ପଢୁଛନ୍ତି ୫ ଶ୍ରେଣୀର ପିଲା


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଶିକ୍ଷା ବ୍ୟବସ୍ଥାର ବିଚିତ୍ର ରୂପ, ଗୋଟିଏ କୋଠରୀରେ ପଢୁଛନ୍ତି ୫ ଶ୍ରେଣୀର ପିଲା.. ଏ କେମିତିକା ଶିକ୍ଷା ବ୍ୟବସ୍ଥା ? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି , ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି ..ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ 

ଗୋଟିଏ କୋଠରୀରେ ଚାଲିଛି ପାଠପଢ଼ା । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢା ହେଉଛି । ୧୦୬ ପିଲାଙ୍କ ପାଇଁ ସ୍କୁଲରେ ଅଛି ମାତ୍ର ଗୋଟିଏ ଶ୍ରେଣୀଗୃହ । ଆଉ ତାହାରି ମଧ୍ୟରେ ଚାଲିଛି ପାଠ ପଢା । ସ୍ଥିତି ଏମିତି କି ଗୋଟିଏ କଳାପଟାରେ ଦୁଇଟି ଶ୍ରେଣୀର ପିଲାମାନେ ଏକା ସାଙ୍ଗରେ ପାଠ ପଢ଼ନ୍ତି ।ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ପଂଚାୟତ କୂର୍ଲି ଗ୍ରାମର ପ୍ରାୟ ୧୦୬ ଜଣ ଛାତ୍ର ଛାତ୍ରୀ ଏହି ସ୍କୁଲ ରେ ପାଠ ପଢନ୍ତି।ହେଲେ ସ୍କୁଲରେ ସଠିକ୍‌ ଭାବରେ ପାଠ ପଢାଯାଇପାରୁନଥିବା ଅଭିଯୋଗ ହୋଇଛି । ଯଦି ଗୋଟିଏ ମାତ୍ର କୋଠରୀରେ ୫ଟି ଶ୍ରେଣୀର ପିଲା ଏକା ସାଙ୍ଗରେ ପାଠ ପଢିବେ । 

ତେବେ ଥରେ ଚିନ୍ତା କରନ୍ତୁ କେମିତି ସ୍କୁଲରେ ପଢାଯାଉଥିବ ପାଠ। ଶିକ୍ଷକ ଯେତେବେଳେ ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅନ୍ୟ ପିଲାମାନେ ସେଇ ଶ୍ରେଣୀର ପାଠ ଶୁଣୁଛନ୍ତି। ନୂତନ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ୨୦୧୭ ମସିହା ରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜକୁ ପ୍ରାୟ ୫ ବର୍ଷ ହେଲା ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଅନ୍ୟ ପକ୍ଷରେ ବିଦ୍ୟାଳୟ ଛାତ ଉପରେ ୩୩ କେଭି ବିଦ୍ୟୁତ୍ ତାର ଯାଇଛି ଓ ଟ୍ରାନ୍ସଫର୍ମର ମଧ୍ୟ ଲାଗି ରହିଛି ଏହା ସବୁବେଳେ ବିପଦ ରହିଛି। ଅନେକ ଥର ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଆଭିଯୋ ହେଉଛି। ଆଉ ଅନେକ ସମସ୍ୟା ମଧ୍ୟ ରହିଛି ଯାହାକି ଗତ ୨୦୧୫-୧୬ ମସିହାରେ ୧.୫୮,୦୦୦ ଟଙ୍କା ଖର୍ଚ୍ଚ ରେ ନିର୍ମାଣ ହୋଇଥିବା ଶୌଚାଳୟ ଯାହାକି ତାର ସେପ୍ଟିଟାଙ୍କି ନଥିବା ଦ୍ୱାରା ଏହା ଅକାମୀ ରହିଛି। ନୂତନ ଶ୍ରେଣୀ ଗୃହ ଓ ଶୌଚାଳୟ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଗ୍ରାମ ବାସି ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦାବୀ ପତ୍ର ଦେବା ସମୟରେ ଅଭିମନ୍ୟୁ ରଣା, ଫାଲଗୁନି ରଣା,କ୍ଷମା ରଣା, ଦ୍ୱିଜରାଜ ରଣା, ଜଗମୋହନ ତାଣ୍ଡି ଓ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ।

 । ଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ତ ସମସ୍ୟା ଓ ଦୁର୍ନୀତି ଉପରେ ତଦନ୍ତ କରି ସମାଧାନ ପାଇଁ ଦୃଢ଼ ପଦକ୍ଷେପ ନିଆଯାଉ ଏବଂ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ପଦକ୍ଷେପ ନିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Post a Comment

Previous Post Next Post