ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ପଂଚାୟତର ଚାଷୀ ଧାନ ବିକ୍ରୀ ସମସ୍ୟାକୁ ନେଇ ଜିଲ୍ଲାପାଳ ଓ ସହକାରୀ ନିବନ୍ଧକ ସମବାୟ ସମିତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହଲା କୃଷି ସେବା ସମବାୟ ସମିତିରେ କାର୍ଯ୍ୟରତ ଡିଇଓଙ୍କ ମନମୁଖୀ କାର୍ଯ୍ୟକଳାପର ବିରୋଧ କରିଛନ୍ତି ଚାଷୀମାନେ ।ଚାଷୀମାନେ ଉଚ୍ଚିତ ସମୟରେ ଧାନ ବିକ୍ରୀପାଇଁ ନେଇଥିଲେ ମଧ୍ୟ ଡିଇଓ ଜାଣିଶୁଣି ଚାଷୀମାନଙ୍କ ଧାନ ନ କିଣି ଫେରାଇ ଦେଇଛନ୍ତି ।ଚାଷୀମାନେ ଅଭିଯୋଗ କରିଛନ୍ତି ଯେ ଡିଇଓଙ୍କ ବାପା ସରପଂଚରେ ଠିଆ ହୋଇଥିଲେ ତାଙ୍କୁ ଭୋଟ ନ ଦେବାରୁ ଡିଇଓ ହଇରାଣ କରୁଛନ୍ତି ।ଧାନ ବିକ୍ରୀ କରି ନ ପାରି ଏହି ଚାଷୀମାନଙ୍କ ଟୋକନ ଲେପ୍ସ କରିଯାଇଛି ।ଫଳରେ ଏମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହିତ ସହକାରୀ ନିବନ୍ଧକ ସମବାୟ ସମିତିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଡିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହତି ଚାଷୀମାନଙ୍କ ଟୋକେନ ଅବଧିକୁ ବଢାଇ ଧାନ କିଣିବା ବ୍ୟବସ୍ଥା କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି ।ଦାବି ପୁରଣ ନ ହେଲେ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଚାଷୀମାନଙ୍କ ଅଭିଯୋଗକୁ ଶୁଣି ଉଭୟ ପକ୍ଷଙ୍କୁ ଡାକି ସମାଧାନର ରାସ୍ତା ବାହାର କରାଯିବ ବୋଲି କହିଛନ୍ତି ଜିଲ୍ଲା ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ।
ସରପଞ୍ଚ ପ୍ରାର୍ଥିଙ୍କୁ ଭୋଟ ଦେଇନଥିବା ଯୋଗୁଁ ଚାଷିମାନଙ୍କ ଖରିଫ ଧାନ କିଣାନଯିବା ଅଭିଯୋଗରେ ଜିଲ୍ଲା ସହକାରୀ ନିବନ୍ଧକ ସମବାୟସମିତି କାର୍ଯ୍ୟାଳୟ ଘେରାଓ
ଆଜତକ ଓଡ଼ିଶା
0
Post a Comment