ଚେସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଚେସ ଦିବସ ପାଳନ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ବିଶ୍ୱ ଚେସ ଦିବସ ଉପଲକ୍ଷେ ଗତ ୨୦ତାରିଖ ଦିନ ଭିଜନ କ୍ଲାସେସ ହଲଠାରେ କଣ୍ଟାବାଞ୍ଜି  ଚେସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଚେସଦିବସ କାର୍ଯ୍ୟକ୍ରମ ପାଳନ କରା ଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ କୋଚିଂ କ୍ଲାସ କରୁଥିବା ବିଭିନ୍ନ ବିଦ୍ୟାଳୟର ସଂଖ୍ୟାଧିକ ଛାତ୍ରଛାତ୍ରୀ ଚେସକୁ ନେଇ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ, ଚେସ ଫାଉଣ୍ଡେସନ କମିଟିର ସଭାପତି ଶ୍ରୀଶୁକଦେବ ମହାନ୍ତି ଚେସଖେଳ ମସ୍ତିଷ୍କର ବ୍ୟାୟାମ ହୋଇଥିବା ବେଳେ ଏହା ସ୍ମରଣ ଶକ୍ତିକୁ ସୁଦୃଢ କରିଥାଏ ଏବଂ ତାସାଙ୍ଗକୁ ସ୍କୁଲ ଜୀବନରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଭ ଦାୟକ ଖେଳ ବୋଲି କହିଥିଲେ, ଉକ୍ତ କମିଟିର ଉପସ୍ଥିତ ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଉପସଭାପତି ବିନୟ ବେହେରା,ପ୍ରଶାନ୍ତ ବେହେରା,କାର୍ଯ୍ୟ କାରିଣୀ ସଭାପତି ସତିଶ ମାରୁ, ସମ୍ପାଦକ ମଚିନ୍ଦ୍ର ବେହେରା,ଜୈନ ସେକ୍ରେଟାରୀ ବିଶ୍ୱନାଥ ଅଗ୍ରୱାଲ, କୋଷାଧକ୍ଷ ମ୍ୟାଡ଼ାମ କିରଣ ଶର୍ମା,ଏଡ଼ ଭାଇଜର କମିଟିର  ରାଜେଶ କୁମାର, ବିଭୁଦତ୍ତ, ଦିନେଶ ମହାନନ୍ଦ,ରାଜ କୁମାର ଅଗ୍ରୱାଲ, ସୁଶାନ୍ତ ମିଶ୍ର, ବିପୁଳ ମାରୁ,ହନୁମାନ ଅଗ୍ରୱାଲ,ଲିଗାଲ ଏଡ଼ ଭାଇଜର ବିବେକ ଶର୍ମା,ଏକଜ୍ୟୁ କଟିବ ବଡ଼ିରେ ସନ୍ତୋଷ ମହାନ୍ତି,ତସିବ ଖାନ, ଶିବ ପ୍ରସାଦ ଦାସ,ସୋହନ ସିପକା, ଧୀରଜ ଜୈନ ପ୍ରମୁଖଙ୍କ ଉପସ୍ଥିତିରେ ଏହିକାର୍ଯ୍ୟ କ୍ରମ ସମ୍ପନ୍ନ ହୋଇଥିଲା, ଏବଂ ଆସନ୍ତା ଅଗଷ୍ଟରେ  ସ୍ଥାନୀୟ ସହରର ଚେସ ଖେଳାଳିଙ୍କୁ ନେଇ ଚେସ ପ୍ରତି ଯୋଗିତା କରାଯିବ ବୋଲିଚେସ ଫାଉଣ୍ଡେସନ ପକ୍ଷରୁ ସ୍ଥିରିକୃତ କରାଯାଇଥିଲା।

Post a Comment

Previous Post Next Post