କଣ୍ଟାମାଳ: ମାଓବାଦୀ ଙ୍କ ନାମରେ ପୋଷ୍ଟର ଲଗାଇ ଲୋକଙ୍କୁ ଭୟଭୀତ କରୁଛନ୍ତି କି ଗଞ୍ଜେଇ ମାଫିଆ?


କଣ୍ଟାମାଳ: (ଶୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳୁଛି ମାଓବାଦୀ ଙ୍କ ନାମରେ ନାମିତ ହୋଇଥିବା ଛୋଟ ପୋଷ୍ଟର।ଗତକାଲି ମନ ମୁଣ୍ଡା ଥାନା ଅନ୍ତର୍ଗତ ବିଳାସ ପୁର ପାଖରେ ଥିବା ପାଣ୍ଡରି ପଡ଼ା ଛକ ନିକଟରେ ଏକ ପୋଷ୍ଟର ଲାଗିଥିବା ବେଳେ ଆଜି କଣ୍ଟାମାଳ ଥାନା ଅନ୍ତର୍ଗତ ବର୍ଡି ପଦର ଛକରେ ପୁଣି ଏକ ପୋଷ୍ଟର ଲାଗିଥିବା ବେଳେ କଣ୍ଟାମାଳ ପୋଲିସ ତତ୍ପର ହୋଇ ଉକ୍ତ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣା ପଡିଛି। ବର୍ଡି ପଦର ଛକରେ ଲାଗିଥିବା ମାଓବାଦୀ ପୋଷ୍ଟର ରେ ସଗଡା ପଞ୍ଚାୟତ ର ପୂର୍ବତନ ସରପଂଚ ସୁରଥ ମିଶ୍ର ଙ୍କ ଫଟୋ ଥିବା ବେଳେ ତାଙ୍କୁ ସୁଧୁରି ଯିବାକୁ କୁହାଯାଇଥିବା ବେଳେ ପାଣ୍ଡରି ପଡ଼ା ଛକ ନିକଟରେ ଲାଗିଥିବା ଭଳି, ଆଉ ଏକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।ଏଠାରେ ପ୍ରଶ୍ନ ଉଠୁଛି ଜେ ସୁରଥ ଙ୍କ ଘର କିମ୍ବା ଉକ୍ତ ଅଞ୍ଚଳରେ ପୋଷ୍ଟର ନ ଲଗାଇ କଣ୍ଟାମାଳ ଅଞ୍ଚଳରେ ପୋଷ୍ଟର ଲାଗିଥିବା ହାସ୍ୟାସ୍ପଦ ମନେ ହେଉଛି। ଉକ୍ତ ଘଟଣାର ସମ୍ପର୍କରେ ସୁରଥ ମିଶ୍ରଙ୍କୁ ଆମେ ଯୋଗାଯୋଗ କରିବାରୁ ସେ କିଛି ଜାଣି ନାହିଁ ବୋଲି କହିଛନ୍ତି।ପୋଷ୍ଟର ରେ ଗଞ୍ଜେଇ ଚାଷ,ଆସୁଥିବା ରାସ୍ତାକାମ ନିମ୍ନ ମାନର,ଅର୍ଥ ଆତ୍ମସାତ କରିବା,ସ୍କୁଲ ପିଲାଙ୍କ ପାଇଁ ଆସୁଥିବା ଖାଦ୍ୟ ଯୋଜନାରୁ ଅର୍ଥ ହଡପ କରିବା,ମାଓବାଦୀ ଙ୍କ ନାମରେ ପୋଲିସ କୁ ଖବର ନ ଦେବା ଭଳି ଅନେକ ସଙ୍ଗୀନ ପ୍ରଶ୍ନ ଲେଖାଯାଇଛି।ପୋଷ୍ଟର ଟି କେକେବିଏନ ଡିଭିଜନାଲ କମିଟି, ଭାଜପା ମାଓବାଦୀ ନାମରେ ନାମିତ ହୋଇଛି।ଆଜି ସକାଳୁ ଉକ୍ତ ଛକରେ ମାଓବାଦୀ ଙ୍କ ପୋଷ୍ଟର ଦେଖିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ଏହା ଅସଲି ନା ନକଲି ବୋଲି ଚର୍ଚ୍ଚା ହେଉଥିବା ବେଳେ ଉକ୍ତ ଅଞ୍ଚଳର କିଛି ଗଞ୍ଜେଇ ମାଫିଆ ଏପରି କାଣ୍ଡ କରିଥିବା ନେଇ ବୁଦ୍ଧିଜୀବୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହେଇଛି। ଏ ସମ୍ପର୍କରେ ଆମେ କଣ୍ଟାମାଳ ଥାନା ଇନ୍ ଚାର୍ଜ ରେ ଥିବା ଡି ଏସ ପି ତପଶ୍ଵନି କହଁର ଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ତଦନ୍ତ କରୁଥିବା ବେଳେ କଣ୍ଟାମାଳ ଅଞ୍ଚଳର ଜନସାଧାରଣଙ୍କୁ କିଛି ଭୟଭୀତ ଓ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି।

Post a Comment

Previous Post Next Post