ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଳକ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ପଦୋନ୍ନତି ହୋଇଥିବାରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସହଦେବ ମାଝୀ, ଉପ ସଭାପତି ସୀତା ଦାସ ଶ୍ରୀ ଦାଶଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।ସଭାପତି ତାଙ୍କ ବକ୍ତବ୍ୟ ରେ ଶ୍ରୀ ଦାଶଙ୍କ ପ୍ରଶଂସା କରିଥିଲେ।ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ରୁ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା କଥା ଶୁଣିବା ପରେ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ କାନ୍ଦି ପକେଇଥିଲେ।ଅପରପକ୍ଷରେ ମାଝୀପଡା ବିଦ୍ୟାଳୟ ରେ ଶ୍ରାମତୀ ନଳିନୀ ସାହୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ।ଶିକ୍ଷକ କିଶୋର ବରିହା, ଶିକ୍ଷୟତ୍ରୀ ଦେବକୀ ତାଣ୍ଡୀ, ସମାଜସେବୀ ଥମିର ଛତ୍ରିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Post a Comment

Previous Post Next Post