୫-ଟି ଉପାନ୍ତରଣ ପାଇଁ ପ୍ରସ୍ତୁତି ବୈଠକ ; ପ୍ରମୁଖ ଭୂମିକା ଗ୍ରହଣ କରିବ ଆଲୁମିନି କମିଟି


ବୌଦ୍ଧ,(ଶୁଶାନ୍ତ କୁମାର ବେହେରା)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ୫-ଟି ରୂପାନ୍ତରଣ ପାଇଁ ଏକ ବୈଠକ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହରଭଙ୍ଗା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ମିତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ସ୍ୱରାଜ କହଁର, ସହକାରୀ ଯନ୍ତ୍ରୀ ମନରଞ୍ଜନ ପାତ୍ର, ତିଲେଶ୍ବର ଗ୍ରାମପଞ୍ଚାୟତ ସରପଞ୍ଚ ଝୁନୁ ବେହେରା , ମୋ ସ୍କୁଲ ଅଭିଯାନ କମିଟି ସଭାପତି ସିମୁନ ନାଏକ ଓ ଶିକ୍ଷକ ଶୁଭେନ୍ଦୁ ରଞ୍ଜନ ଖମାରି ପ୍ରମୁଖ ମଞ୍ଚାସିନ ହୋଇଥିଲେ । ବିଡ଼ିଓ ଶ୍ରୀମତୀ ରଥ 5-ଟି ରୂପାନ୍ତରଣ ରେ ହେବାକୁ ଥିବା ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, , ସାଇନ୍ସ ଲାବୋରୋଟରି ,ବେଡ଼ ମିଟନ ପଡ଼ିଆ ଓ ବିଦ୍ୟାଳୟର ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ ପାଇଁ ଆଲୋଚନା କରିଥିଲେ । ଏଥି ସହିତ ଏହି କାର୍ଯ୍ୟକୁ ଆଲୁମିନି ସଦସ୍ୟ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥଲେ । ସେହିଭଳି ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ନିକଟରୁ କିଭଳି ପାଣ୍ଠି ସଂଗ୍ରହ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ବିଦ୍ୟାଳୟ ଶିକ୍ଷକ ଗଜାନନ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ଅମରେନ୍ଦ୍ର ମହାକୁଡ଼ ଓ ଆଲୁମିନି ସଦସ୍ୟ ଶୁଭ୍ରଜିତ ପ୍ରଧାନ, ବିଜୟ କୁମାର ବେହେରା, ପ୍ରବୀଣ ବେହେରା, ଉମେଶ ବେହେରା, ବୁଲୁ ଯୋଶୀ, ପ୍ରାଣବନ୍ଧୁ ପ୍ରଧାନ, ଦୁଖୀଶ୍ୟାମ ପ୍ରଧାନ, ବିକାଶ ସାମଲ, ପ୍ରଶାନ୍ତ ଦେହୁରୀ, ଦିଲ୍ଲୀପ ସାମଲ, ଶୁଶୀଲ ଦେହୁରୀ, ଧରଣୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post