ଉଲୁଣ୍ଡା ବ୍ଲକରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ


ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାକଡେଇଁ ଗ୍ରାମ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର,ସୋନପୁର ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପତଞ୍ଜଳୀ ଯୁବାଭାରତର ଯୋଗ ପ୍ରଶିକ୍ଷକ ଦୁର୍ଗା ଚରଣ ସାହୁ ଓ ସମ୍ମାନୀତ ଅତିଥି ଭାବେ ରାଜେନ୍ଦ୍ର କୁମାର ଦେହୁରୀ Sonepur Hospital UDM ଯୋଗ ଦେଇ ଉତଘାଟନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ରାଷ୍ଟ୍ରୀୟ ଯୁବ ସମାଜସେବୀ ହୃଷୀକେଶ ଦେହେରୀ। ଏହି କାର୍ଯ୍ୟକ୍ରମ ରେ ଯୋଗାଚାର୍ଯ୍ୟ ଯୋଗ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଗ୍ରାମର ର ସମସ୍ତ ଯୋଗ ପ୍ରେମୀ ଅଂଶ ଗ୍ରହଣ କରି ଆନ୍ତର୍ଜାତିକ ଯୋଗ ଦିବସ ର ପ୍ରୋଟୋକଲ ଆଧାର ରେ ଯୋଗ ଅଭ୍ୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ନାଗେଶ୍ଵର ଯୁବକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ନାରାୟଣ ଦେହେରୀ, ଜିତେନ୍ଦ୍ର ଥନାପତି,ଅମନ ପ୍ରଧାନ, ନାଗାର୍ଜୁନ ଦେହୁରୀ,ମାନସ ପ୍ରଧାନ, ପ୍ରମୋଦ ଥନାପତି, ସୁଜିତ ଦେହେରୀ, ଶ୍ୟାମ ମେହେର, ମନ୍ଟୁ ମନ୍ତ୍ରା, ବିନୋଦ ଥନାପତି, ବୁଲୁ ଥନାପତି , ଚୈତନ୍ୟ ପ୍ରଧାନ, ବିଶେଶ୍ୱର ଥନାପତି । ଶେଷରେ ଜ୍ଞାନ ଭରତ ହେହେରୀ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post