ଗୁଡିଖାଳ ମୁନି ସମାଜ ପକ୍ଷରୁ ଆନ୍ତର୍ଜତୀୟ ଯୋଗ ଦିବସ ପାଳିତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଭାରତୀୟ ପ୍ରାଚୀନ ଯୋଗାଭ୍ୟାସକୁ ବିଶ୍ବ ଅପେଣେଇଛି।ଏହି କ୍ରମରେ ବିଭିନ୍ନ ପ୍ରତିଷ୍ଠାନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଉଥିବା ବେଳେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତରେ ଗୁଡ଼ିଖାଳ ଅଖିଳ ଭୁ ମଣ୍ଡଳୀୟ ସର୍ବ ମୁନି ସମାଜ ପକ୍ଷରୁ ୮ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।ମଙ୍ଗଳବାର ପ୍ରାୟ ସକାଳ ୭ ଘଟିକା ସମୟରେ ଅମର୍ଦାରୋଡ ଷ୍ଟେସନ ସମ୍ମୁଖରୁ ଶତାଧିକ ପୁରୁଷ ଓ ମହିଳା ଏକ ରାଲିକରି ଅମର୍ଦାରୋଡ ବଜାର ପରିକ୍ରମା କରିବା ସହିତ ଭାରତୀୟ ଯୋଗ ସଂସ୍କୃତି ଓ ସମୃଦ୍ଧି ଇତିହାସକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅବଗତ କରିଥିଲେ।ପରେ ବସନ୍ତପୁର ଛକ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ମୁନି ସମାଜର ପୁରୁଷ ଓ ମହିଳା କର୍ମକର୍ତ୍ତା ମାନେ ମାନବତା ପାଇଁ ଯୋଗ ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି।ଯୋଗ ହିଁ ଶରୀର,ମନ ଓ ଆତ୍ମା ଶୁଦ୍ଧି କାରଣ ଅନନ୍ୟ ମାର୍ଗ।ଆଜି ଏହା ପ୍ରମାଣିତ।ଏହା ଏକ ଆଧ୍ୟାତ୍ମିକ ଅଭ୍ୟାସ,ଯାହା ଶାନ୍ତି,ଆତ୍ମବିଶ୍ବାସ ଓ ସାହାସକୁ ପ୍ରୋସିହିତ କରେ। ଶରୀର, ମନ ଓ ମସ୍ତିକକୁ ସକାରାତ୍ମକ ମାର୍ଗ ନିୟନ୍ତ୍ରଣ କରେ।ଏହି ବାର୍ତ୍ତାର ପ୍ରଚାର ଦିବସ ଲକ୍ଷ୍ୟ ବୋଲି କର୍ମକର୍ତ୍ତା ବ୍ୟକ୍ତବ୍ୟ ପ୍ରଦାନ କହିଥିଲେ।

Post a Comment

Previous Post Next Post