ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ତାମିଲ ନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦୁଇଜଣ ଓଡ଼ିଆ ପ୍ରବାସୀଙ୍କ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ନିଜ ଗ୍ରାମରେ ଉଭୟଙ୍କ ଶବ ପହଁଚିଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିରାଡ଼ ଗ୍ରାମର ଅନଙ୍ଗ ପ୍ରଧାନ, ବଘୁଆକଟା ଗ୍ରାମ ର ଜୟ ଭୋକ୍ତା ଓ ବୌଦ୍ଧ ଥାନା ବରଝୁଲି ଗ୍ରାମର ସାନନ୍ଦ ଭୋଇ ତାମିଲନାଡୁ ର ତାମ୍ବରମ ଅଞ୍ଚଳର ଏକ ଘରୋଇ ମାର୍ବଲ କମ୍ପାନୀ ରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏକ ମିନିଟ୍ରକ ରେ କୌଣସି ଏକ ସ୍ଥାନକୁ ମାର୍ବଲ ଛାଡିବାକୁ ଯାଉଥିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ମୃତ୍ୟୁ ହୋଇଥିଲା । ଏଥିରେ ଅନଙ୍ଗ ପ୍ରଧାନ ଓ ଜୟ ଭୋକ୍ତା ମୃତ୍ୟୁ ହୋଇଥିବା । ଘଟଣା ଜଣାପଡିବା ପରେ କମ୍ପାନୀ ପକ୍ଷରୁ ଆଜି 3ଦୀନ ପରେ ପରିବାର ଲୋକଙ୍କୁ ଯୋଗାଯୋଗ କରି ଉଭୟଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଓଡିଶା ପଠାଯାଇଥିଲା!ଆଜି ଜିରାଡ଼ ଗ୍ରାମରେ ଅନଙ୍ଗଙ୍କ ମୃତ ଦେହ ପହଂଚି ଶବ ସତ୍କାର ହୋଇଥିବା ବେଳେ ବଘୁଆକଟା ଗ୍ରାମରେ ମଧ୍ୟ ଜୟ ଭୋକ୍ତା ଙ୍କ ମୃତ ଦେହ ପହଁଚିଥିବା ସହିତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଜୟଙ୍କ ପରିବାର ପକ୍ଷରୁ ଦଲାଲ ସୁଶାନ୍ତ ପ୍ରଧାନଙ୍କ ଘର ସମ୍ମୁଖରେ ଶବ ରଖି ଧାରଣ ଦିଆଯାଇଛି। ତେବେ ଦଲାଲ ୧୫ ଲକ୍ଷ ଟଙ୍କା କ୍ଷତି ପୁରଣ ନଦେବା ଯାଏଁ ଶବ ଉଠିବ ନାହିଁ ବୋଲି ପରିବାର ଲୋକେ ଚେତବନୀ ଦେଇଛନ୍ତି।
ଓଡ଼ିଆ ପ୍ରବାସୀ ଦାଦନ ଶ୍ରମିକ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ : ୩ଦିନପରେ ଭିଟାମାଟିକୁ ଫେରିଲା ମୃତ ଶରୀର
ଆଜତକ ଓଡ଼ିଶା
0
Post a Comment