ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହିତ ସେବାସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ


ବୌଦ୍ଧ :(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲାରେ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଜାରିରହିଛି । ଜିଲ୍ଲାର ତିନୋଟି ବ୍ଲକରେ ସମବାୟ ସମିତିର ନିର୍ଦ୍ଦେଶକ ପଦ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଜାରି । ବୌଦ୍ଧ  ବ୍ଲକର ୨ ଟି, ହରଭଙ୍ଗା ବ୍ଲକର ୫ଟି ଓ କଣ୍ଟାମାଳ ବ୍ଲକର ୩ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୧ ଟି ସମବାୟ ସମିତି ୧୫ ଟି ଲେଖାଏଁ ନିର୍ଦେଶକ ପଦ ପାଇଁ ଆଜି ନିର୍ବାଚନ ହେବା କଥା ମାତ୍ର ୧୧ ସମିତି ର ସମସ୍ତ ନିର୍ଦେଶକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାରୁ ଆଜି କେବଳ ୧୦ ସମବାୟ ସମିତିରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି ।ସେଥିମଧ୍ୟରୁ ହରଭଙ୍ଗା ବ୍ଲକ ର ସରସରା, ସଂକୁଲୋଇ, ପୁରୁଣାକଟକ, ଆଡେଣି ଗଡ଼, କୁସଙ୍ଗ ସମବାୟ ସମିତି ରେ ମତଦାନ ହୋଉ ଥିବା ବେଳେ  ୧୧ ସମିତିର ସଭାପତି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

Post a Comment

Previous Post Next Post