ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ବୌଦ୍ଧ ସହରରେ ବୁଲୁ ଥିବା ଗାଈ ଗୋରୁଙ୍କୁ ଥଇଥାନ କରିବା ପାଇଁ ଚୁକ୍ତିନାମା ସ୍ଵାକ୍ଷର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ,ବୌଦ୍ଧ ଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ ମୋନରଞ୍ଜନ ପଣ୍ଡା ଓ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ୍ତ କୁମାର ରଥ ଉପସ୍ଥିତ ହୋଇ ସ୍ଵାକ୍ଷର କରିଛନ୍ତି । ସାକ୍ଷୀ ଭାବେ ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼,ଏନ. ଏ. ସି କର୍ମଚାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡା ପ୍ରଫୁଲ୍ଲ କୁମାର ନାଏକ ଓ ସହକାରୀ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ନିରୋଦ ଚନ୍ଦ୍ର କଂହର ଉପସ୍ଥିତ ଥିଲେ । ମାହେଶ୍ୱରୀ ଗୋଶାଳାରେ ସର୍ବାଧିକ ୧୫୦ ବୁଲା ଗାଈଗୋରୁଙ୍କୁ ଥଇଥାନ ପାଇଁ ଗୁହାଳ ଘର, ଘାସ ଚାଷ, ପାନୀୟ ଜଳ ସୁବିଧା, ଆଲୋକୀକରଣ ବ୍ୟବସ୍ଥା ସରକାରୀ ସ୍ତରରେ ଖୁବ କମ ଦିନରେ କରିବା ପାଇଁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାର ପ୍ରତିଶୃତି ଦେଇଥିଲେ ।
ବୁଲା ଗାଈ ଗୋରୁଙ୍କୁ ଥଇଥାନ ପାଇଁ ଚୁକ୍ତିନାମା
ଆଜତକ ଓଡ଼ିଶା
0
Tags
ହାଇଲାଇଟ୍ ସମ୍ବାଦ
Post a Comment