ଗାଁରୁ ଉଜ୍ଜୀବିତ ହୁଏ ପରମ୍ପରା , ଶ୍ୟାମସୁନ୍ଦର ରଜ ମହୋତ୍ସବ ଉଦଯାପିତ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ଭାଇଚାରା ଓ ମିଳନ ପର୍ବ ରଜ।ମଉଜ ମଜଲିସ କରିବା ସହ ସମାଜର ସାମଗ୍ରିକ ବିକାଶ ଦିଗରେ ଯୁବ ଗୋଷ୍ଠୀ ବ୍ରତୀ ହେବା ଉଚିତ।ରଜ ପର୍ବର ସଂସ୍କୃତି,ପରମ୍ପରା ଗାଁ ଗହଳିରୁ ହିଁ ଉଦଜୀବିତ ହୋଇଥାଏ ବୋଲି ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇ ମୁଖ୍ୟ ଅତିଥି ଇଂ.ରାଜଶ୍ରୀ ମହାନ୍ତି କହିଥିଲେ।ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଶ୍ୟାସୁନ୍ଦରପୁର ଗ୍ରାମର ଯୁବକ ସଂଘ ଆନୁକୂଲ୍ୟରେ ସମୋବାର,ମଙ୍ଗଳବାର ୨ ଦିନ ବ୍ୟାପି ରଜ ମହୋତ୍ସବ ପାଳିତ ହୋଇଥିଲା।ଏଥିରେ କୁନି କୁନି ପିଲାମାନଙ୍କୁ ଓ ଗ୍ରାମର ଝିଅ ଓ ବାହୁମାନେ ନୃତ୍ୟ,ସଙ୍ଗୀତ,ସାଇକେଲ ରେସ, କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଦି ୧୩ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।କମଳା କାନ୍ତ ଶୁରଙ୍କ ପୌରହିତରେ ପୁରସ୍କାର ବିତାରଣୀ ଉତ୍ସବ ଅନୁଷ୍ଠିତ ହେବା ସହ ସଭା ପରିଚାଳନା କରିଥିଲେ।ସମ୍ମାନିତ ଅତିଥି ଭାବେ ଗ୍ରାମ ମାଲିକ ରବିନ୍ଦ୍ର ମହାନ୍ତି ଯୋଗ ଦେଇ ପ୍ରତିଯୋଗିତା ହିଁ ବଢ଼ିବାର ମଧ୍ୟମ ବୋଲି କହିଥିଲ।ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଇଂ.ରାଜଶ୍ରୀ ମହାନ୍ତି ପୁରସ୍କାର ପ୍ରଦାନ କରିଥିଲେ। ଶ୍ୟାମସୁନ୍ଦରପୁର ଯୁବକ ସଂଘ ସମସ୍ତ ସଭ୍ୟ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ରଜ ପର୍ବ ପରିଚାଳିତ ହୋଇଥିଲା।

Post a Comment

Previous Post Next Post