ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସୋନପୁର ପୌରପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ


ସୁବର୍ଣ୍ଣପୁର(ଗଣପତି ବାଘ)ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସହରର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଯୁବ ମୋର୍ଚ୍ଚା ନଗର ସଭାପତି ଗଙ୍ଗାଧର ତରିଆଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତାମାନେ ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରିବା ସହିତ କାର୍ଯ୍ୟ ନର୍ବାହୀ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ସହରରେ ଦୀର୍ଘ ଦିନ ହେଲା ଡ୍ରେନେଜ ସମସ୍ୟା ଲାଗି ରହିଥିବା ବେଳେ ପୌର ପରିଷଦ ପକ୍ଷରୁ ବର୍ଷା ଦିନରେ ଡ୍ରେନ ତିଆରି କରାଯାଉଛି ଏହାକୁ ବିରୋଧ କରିଛନ୍ତି ବିଜେପି କର୍ମୀମାନେ । ଏପରିକି ସହରରେ ବସଷ୍ଟାଣ୍ଡ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ନୂତନ ବସଷ୍ଟାଣ୍ଡା ନିର୍ମାଣ ପାଇଁ ଦାବି କରିଛନ୍ତି । ଆହୁରିବି ସହରରେ ଶହ ଶହ ନୂତନ ଷ୍ଟଲ ତିଆରି କରାଯାଇ ବଣ୍ଟନ ହୋଇ ପାରୁ ନ ଥିବା ବେଳେ ମୋଟା ଅଙ୍କର ଅଗ୍ରୀମ ଦାବି କରୁଥିବାରୁ ବେକାର ଯୁବକମାନେ ସ୍ବରୋଜଗାର କରିବାରୁ ବଂଚିତ ହେଉଛନ୍ତି । ସାଧାରଣ ଲୋକ ଅଭିଯୋଗ କରିବାକୁ କାର୍ଯ୍ୟାଳୟକୁ ଆସିଲେ ସବୁବେଳେ ଅଧିକାରୀମାନେ ଅନୁପସ୍ଥିତ ରହୁଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ସବୁ ସମସ୍ୟା ଉପରେ ଗୁରୁତ୍ବ ଦେଇ ସମାଧାନ କରାଯିବାକୁ ଦାବି କରିଛନ୍ତି ଏହି କର୍ମୀମାନେ । ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post