ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅନ୍ତର୍ଗତ ବସ୍ତା ସଦନନ୍ଦପୁର ପଞ୍ଚାୟତ ସ୍ଥିତ ସବରେଜିଷ୍ଟର ଅଫିସ କାର୍ଯ୍ୟାଳୟ ଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ସବରେଜିଷ୍ଟ୍ରି ଅଫିସ କାର୍ଯ୍ୟାଳୟ ଛାତରୁ କଂକ୍ରିଟ ଝଡିବାରେ ଲାଗିଛି। ଛାତରୁ କଂକ୍ରିଟ ଝଡି ରଡ ଦେଖାଗଲଣି। ସବରେଜେଷ୍ଟ୍ରି ଅଫିସର ଆବଶ୍ୟକ କାର୍ଯ୍ୟ ଓ କାଗଜପତ୍ର,ଫାଇଲ ପାତ୍ର ସମେତ ଆଲମାରୀ ତଥା ଅନ୍ୟାନ୍ୟ ଅସବାପତ୍ର ରଖାଯାଇଛି।ଏହି କାର୍ଯ୍ୟାଳୟ ଗୃହଟି ଛାତ ଫାଟି ଛାତରୁ ସିମେଣ୍ଟ ଖଣ୍ଡ ଖସି ବିପଦ ସୃଷ୍ଟି କରିଛି।ଏହି କାର୍ଯ୍ୟାଳୟ ଅସୁରକ୍ଷିତ ହୋଇପଡ଼ିଥିବାରୁ ଅଫିସ ଅଧିକାରୀ,କର୍ମଚାରୀ ଠାରୁ ଆରମ୍ଭ କରି ସବରେଜେଷ୍ଟ୍ରି କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ନିଜକୁ ନିରାପଦ ମଣୁନାହଁନ୍ତି ଏବଂ ବିଭିନ୍ନ ସମୟରେ ଲୋକ ମାନେ ସବରେଜେଷ୍ଟ୍ରି କାର୍ଯ୍ୟଳୟକୁ ଦୈନି ଦିନ ବିଭିନ୍ନ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି। କେତେବେଳେ ଯେ ଛାତ ଗଳିପଡ଼ିବ ତାହା କହିବା ଅସମ୍ଭବ।ଛାତରୁ ସିମେଣ୍ଟ ଖଣ୍ଡ ଖସି ବିପଦ ସୃଷ୍ଟି କରୁଥିବା ବେଳେ ସବରେଜିଷ୍ଟ୍ର ଓ ଅଫିସ କର୍ମଚାରୀମାନେ ବସିବା ସହିତ ଅଫିସ କାର୍ଯ୍ୟ କରୁଛନ୍ତି।ଏହି ଅଫିସ କାର୍ଯ୍ୟାଳୟ ଅବିଳମ୍ବେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ପାଇଁ ସାଧାରଣମାନେ ଓ ବୁଦ୍ଧିଜିବୀ ମାନେ ଅଭିଯୋଗ କରୁଛନ୍ତି।ଏଣୁ ପ୍ରଶାସନିକ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେଇ କିଛି ଅଘଟଣ ଘଟିବା ପୂର୍ବରୁ ବିହୀତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହେଉଛି।
ମାରଣାଯନ୍ତା ପାଲଟିଛି ବସ୍ତା ସବରେଜିଷ୍ଟର ଅଫିସ କାର୍ଯ୍ୟାଳୟ
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment