ପ୍ରାକୃତିକ ବିପର୍ଯ୍ଯୟର ମୁକାବିଲା ପାଇଁ ମଗଡ୍ରିଲ


ସୁବର୍ଣ୍ଣପୁର (ଗଣପତିବାଘ) ପ୍ରକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କରାଯାଇପାରିବ ସେଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମ ସମେତ ସମସ୍ତ ଛଅଟି ବ୍ଲକ ତଥା ବନ୍ୟା ଆଶ୍ରୟ ସ୍ଥଳୀଗୁଡିକରେ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା ବାତ୍ୟାରୁ ନିଜକୁ କିଭଳି ସୁରକ୍ଷିତ ରଖିବେ ତା ସହ ଅନ୍ୟମାନଙ୍କୁ କିଭଳି ରକ୍ଷା କରିପାରିବେ ସେନେଇ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନଡିଆରଏଫର ତୃତୀୟ ବାଟାଲିୟନ ଦ୍ବାରା ବନ୍ୟା ଆଶ୍ରୟସ୍ଥଳୀଠାରେ ମକ୍ ଡ୍ରିଲ କରାଯାଇଛି । ବନ୍ୟା ସମୟରେ ଧନ ଜୀବନ ସୁରକ୍ଷା ନିଜେ କେମିତି କରିବେ ତାହା ସେମାନେ ଅଭ୍ୟାସ ମାଧ୍ୟମରେ ବୁଝାଇଥିଲେ । ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସହ ଏନଡିଆରଏଫର ଅଧିକାରୀ ଓ କର୍ମକର୍ତ୍ତାମାନେ ଯୋଗ ଦେଇ ଲୋକଙ୍କୁ ସଚେତନ କରାଇଥିଲେ ।


Post a Comment

Previous Post Next Post