ଖାଲଖମାରେ ଭର୍ତି ପ୍ରଧାନମନ୍ତ୍ରୀ ରାସ୍ତା


ବଙ୍ଗୋମୁଣ୍ଡା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ତୁରେକେଲା ରୁ ଦାବଝର ପର୍ଯ୍ୟନ୍ତ କିଛି ବର୍ଷପୂର୍ବରୁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ମରାମତି ଅଭାବରୁ ପ୍ରଧାନମନ୍ତ୍ରୀ ରାସ୍ତା ଖାଲସୃଷ୍ଟି ହୋଇ ଛୋଟବଡ଼ ଦୁର୍ଘଟଣାରେ ପଡୁଛନ୍ତି । ନିକଟସ୍ଥ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଯାଉଥିବା ଲୋକଙ୍କ ଦ୍ଵାରା ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ରାସ୍ତାମରାମତି ପାଇଁ ଦାବୀକରିଥିଲେ ବି କୌଣସି ସୁଫଳ ମିଳୁନି । ଜିଲ୍ଲା କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ରାସ୍ତା ମରାମତି ସହ ତୁରେକେଲା, ଝିଙ୍କିପଡା, ଦାବଝର ରେ ଡ୍ରେନ ନିର୍ମାଣ କରିବାକୁ ଜନସାଧାରଣରେ ଦାବୀହେଉଛି ।

Post a Comment

Previous Post Next Post