ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଗତକାଲି ହରଭଙ୍ଗା ଥାନା ଅନ୍ତର୍ଗତ ମହାଲିକପଡ଼ା ପଂଚାୟତର ଗେରେଡ଼ିସାହି ଗ୍ରାମର ଅତ୍ୟଧିକ ମଦ୍ୟପାନ କରି ରୋହିତ ମଲ୍ଲିକ (୨୫)ନିଜ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦) ଙ୍କ ଉପରକୁ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଥିଲା।ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଜି ହରଭଙ୍ଗା ପୋଲିସ ବୌଦ୍ଧ ଡାକ୍ତର ଖାନାରେ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଜଣା ପଡିଛି।ହରଭଙ୍ଗା ପୋଲିସ ତଦନ୍ତ କରି ଅଭିଯୁକ୍ତ ଆସାମୀ ରୋହିତ ମଲ୍ଲିକକୁ ଆଜି କୋର୍ଟ ଚାଲାଣ କରିଥିବା ହରଭଙ୍ଗା ଥାନା ଅଧିକାରୀ ପୂର୍ଣଚନ୍ଦ୍ର କିସାନ ପ୍ରକାଶ କରିଛନ୍ତି।
ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟଣା, ଆସାମୀ କୋର୍ଟ ଚାଲାଣ
ଆଜତକ ଓଡ଼ିଶା
0
Post a Comment