ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଗ୍ରାମରେ ଆଜି ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି!ଗ୍ରାମରେ ଥିବା ବହୁ ପୁରାତନ ଶ୍ରୀରାମ ମନ୍ଦିର ରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ସକାଶେ ତିନିଦିନ ଧରି ଗ୍ରାମରେ ନାମ, ସଂକୀର୍ତନ, ପରାୟଣ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବାର ସୂଚନା ମିଳିଛି!ଆଜି ସକାଳୁ ଗ୍ରାମର ଶତାଧିକ ମହିଳା ଶୁଭ ପୂର୍ଣ୍ଣ କଳସ ଧରି ହରିବୋଲ ହୁଳହୁଳି ଓ ନାମ ସଂକୀର୍ତନ କରି କଳସ ସ୍ଥାପନ କରିଥିଲେ!ଆସନ୍ତା କାଲି ପ୍ରଭୁ ଶ୍ରୀରାମ ଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବାର ଗ୍ରାମବାସୀ ସୂଚନା ଦେଇଛନ୍ତି!
ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା
ଆଜତକ ଓଡ଼ିଶା
0
Post a Comment