ବଜ୍ରପାତରେ ଜଣ ଙ୍କ ମୃତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ମଙ୍ଗଳବାର ଅପରାହ୍ନରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗୋବିନ୍ଦ ପୁର ଗ୍ରାମର ବିଷ୍ଣୁପଦ ମହାନ୍ତି (୬୪)। ସୂଚନା ମୁତାବକ ବିଷ୍ଣୁ ପଦ ଅତ୍ୟନ୍ତ ଗରୀବ ହୋଇଥିବାରୁ ପାରିବାର ପ୍ରତିପୋଷଣ ପାଇଁ ୬୪ ବର୍ଷ ରେ ମଧ୍ୟ ଲୋକ ଙ୍କ ଚିଙ୍ଗୁଡ଼ି ଘେରେଇ ରେ କାମ କରନ୍ତି।ମଙ୍ଗଳବାର ଅପରାହ୍ନ ରେ ବିଷ୍ଣୁପଦ ଚିଙ୍ଗୁଡ଼ି ଘେରେଇରୁ କାମ ସାରି ଘରକୁ ଫେରୁଥିବା ସମୟରେ ଅଧା ରାସ୍ତାରେ କାଳବୈଶାଖୀ ଆରମ୍ଭ ହୋଇଥଲା।କାଳବୈଶାଖୀ ର ପ୍ରଭାବରେ କାଳେ ନିଜ ଘର ଉଡେଇନେବ ଭାବି ବେଗି ଵେଗି ଘରକୁ ଫେରୁଥିବା ବାଟରେ ବଜ୍ରାଘାତ ମୃତୁ ହୋଇଯାଇଥିଲା।ପବନ ବର୍ଷା ଛାଡ଼ିବା ପରେ ଲୋକେ ବିଷ୍ଣୁ ପଦଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏନେଇ ସିଂ ଲା ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପରେ ଆଜି ସନ୍ଧ୍ୟାରେ ତାଙ୍କ ଶରୀର ନିଜ ଗାଁ ରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସାହି ଭାଇ ଙ୍କ ଆର୍ଥିକ ସହାୟତାରେ ୭ ଝିଅ ଶବ ସତ୍କାର କରିଥିଲେ। ୭ ଝିଅ ବାପ ଛେଉଣ୍ଡ ହୋଇ ଜୀବନ ଅତିବାହିତ କରିବାର ଦୁଃଖରେ ଗୋବିନ୍ଦ ପୁର ଗ୍ରାମ ର ଗ୍ରାମବାସୀ ଉକ୍ତ ପରିବାରକୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ସରକାରଙ୍କ ଠାରେ ଦାବି କରିଛନ୍ତି।

Post a Comment

Previous Post Next Post