ବାଲେଶ୍ବର,(ପ୍ରଭାକର ମଲ୍ଲିକ) ପ୍ରଥମ ପ୍ରାର୍ଯ୍ୟାୟ ସମବାୟ ସମିତି ନିର୍ବାଚନରେ ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ସ୍ଥିତ ଅମର୍ଦାରୋଡ ସମବାୟ ସମିତିର ୧୫ ଟି ଜୋନ କୁ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଆଜି ନିର୍ବାଚନରେ ଟୁଲ ଚିହ୍ନ ସମର୍ଥିତ ୯ ଜଣ ପ୍ରାର୍ଥୀ ବିଜୟୀ ହୋଇ ଡାଇରେକ୍ଟର ପଦବୀ ହାସଲ କରିଥିବା ବେଳେ ୪ ଜଣ ପ୍ରାର୍ଥୀ ଅପ୍ରିଦୋନ୍ଦ୍ବନ୍ଦ୍ବି ବିଜୟ ହୋଇଥିଲେ।ସେମାନେ ହେଲେ ବିଜେଡି ସମର୍ଥିତ ୬ ନମ୍ବର ଜୋନର ଲକ୍ଷ୍ମଣ ଚନ୍ଦ୍ର ପାତ୍ର,୧୨ ନମ୍ବର ଜୋନର ନିର୍ମଳ କୁମାର ମହାପାତ୍ର,୧୪ ନମ୍ବର ଜୋନର ଦୀପକ କୁମାର ସାହୁ,୧୫ ନମ୍ବର ଜୋନର ସଂଯୁକ୍ତା ଶୁର ବିଜୟ ହୋଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ସମୁଦାୟ ୧୩ ପଦବୀ ହାସଲ କରିବାରେ ସଫଳ ହୋଇଛନ୍ତି।ଟୁଲ ଚିହ୍ନ ସମର୍ଥିନରେ ୯ ଜଣ ବିଜୟ ହୋଇଛନ୍ତି।ସେମାନେ ହେଲେ ଜୋନର ୧- ରବିନ୍ଦ୍ର ଦାସ,୨.ଶଙ୍କର୍ଷଣ ବେହେରା,୩.ଭଗିରଥ ପରିଡା,୪ ବ୍ରଜ ମୋହନ ସେଠୀ,୫.କାର୍ତ୍ତିକ ଚନ୍ଦ୍ର ସେନାପତି,୭.ସଞ୍ଜୟ କୁମାର ଗିରି,୮.ମଦନ ମୋହନ ପାଳ,୯.କମଳା କାନ୍ତ ଶୁର,୧୦. ମଞ୍ଜୁବାଳା ପାତ୍ର,୧୧. ନନି ଗୋପାଲ ଦାସ,୧୩. ଗଦାଧର ଦତ୍ତ, ଓ ବିଜେପି ଏବଂ କଂଗ୍ରେସ ମିଳିତ ଭାବେ ଲଢି ନଡ଼ିଆ ଗଛ ଚିହ୍ନରେ ମାତ୍ର ୨ ଟି ଡାଇରେକ୍ଟର ପଦ ଯଥା ୧୦ ନମ୍ବର ଜୋନର ନନି ଗୋପାଲ ଦାସ ଓ ୧୩ ନମ୍ବର ଜୋନର ଗଦାଧରଦତ୍ତ ବିଜୟ ହେବାରେ ସଫଳ ହୋଇଥିବା ଜଣାପଡିଛି।ସମସ୍ତ ତଥ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।
ଅମର୍ଦାରୋଡ ସମବାୟ ସମିତି ନିର୍ବାଚନ ଫଳାଫଳ
ଆଜତକ ଓଡ଼ିଶା
0
Post a Comment