ମଦମୁକ୍ତି ଯୁବବାହିନୀ ପକ୍ଷରୁ ମଦମୁକ୍ତି ଅଭିଯାନ


ସୁବର୍ଣ୍ଣପୁର(ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ମଦମୁକ୍ତି ଯୁବବାହିନୀ ପକ୍ଷରୁ ଯୁବ ସଂବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବଲାଙ୍ଗିର, ବୌଦ୍ଧ ଓ ସୋନପୁରର ମଦମୁକ୍ତି ଯୁବବାହିନୀର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ସହରର ପୁରୁଣା ଟାଉନହଲ ଠାରୁ ଯୁବବାହିନୀ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।ଏଥିରେ ବିଭିନ୍ନ ପ୍ରକାର ମଦ ବିରୋଧୀ ଶ୍ଲୋଗାନ ସହ ମଦ ବିରୋଧୀ ଗୀତ ଗାଇ ଗାଇ ଏଇ ସ୍ବେଚ୍ଛାସେବୀମାନେ ଲୋକଙ୍କୁ ସଚେତନ କରାଇଥିଲେ ।ମଦ ଦ୍ବାରା ଅନେକ ପରିବାର ନିଶ୍ଚିହ୍ନ ହୋଇଯାଉଥିବା ବେଳେ ମଦ ପିଇବା ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ହାନୀ ଘଟିବା ସହିତ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡୁଛି ।ଏପରିକି ମଦ ଯୋଗୁଁ ରାଜ୍ୟରେ ନାରୀ ନିର୍ଜାତନ ବଢୁଥିବା ଯୋଗୁଁ ମଦ ନ ପିଇବାକୁ ଲୋକଙ୍କୁ ସଚେତନ କରାଇବା ସହିତ ଏହି ମଦମୁକ୍ତି ଅଭିଯାନରେ ସାଧାରଣ ଲୋକ ସାମିଲ ହେବାକୁ ଆହ୍ବାନ କରିଥିଲେ ମଦମୁକ୍ତି ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ।ଏପରିକି ସରକାର ଏହି ଅସଭ୍ୟ ମଦକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ ।

Post a Comment

Previous Post Next Post