ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲିଆପାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱାସ ପକ୍ଷରୁ ବିଶ୍ୱାସ ସଭାଗୃହ ପରିସରରେ ମଙ୍ଗଳବାର ବିଶ୍ୱ ତମାଖୁ ନିରୋଧ ଦିବସ ପାଳିତ ହୋଇଯାଇଛି।ବିଶ୍ୱାସ ସମ୍ପାଦକ ଅଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ସୁକାନ୍ତ କୁମାର ଗିରି ମୁଖ୍ୟଅତିଥି ଭାବରେ ଯୋଗଦେଇ ତମାଖୁ ସେବନର ଭୟା ବହତା ବିଷୟରେ ବିଷଦ ଭାବରେ ବର୍ଣ୍ଣନା କରି ମତବ୍ୟକ୍ତ କରିଥିଲେ।ନିଜେ ନିଜକୁ ସୁସ୍ଥ ରଖିବା ପାଇଁ ତମାଖୁ ବର୍ଜନ କରିବା ଉଚିତ।ସମାଜରେ ତମାଖୁ ସେବନର ଭୟାବହତା ବିଷୟରେ ବିଶଦ ଭାବରେ ଦୃଷ୍ଟାନ୍ତ ଦେଇ ସେ ବୁଝାଇଥିଲେ।
ଅନ୍ୟତମ ଅତିଥି ଭାବରେ ପଶ୍ଚିମ ବାଡ ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସୁଜୟ କୁମାର ଦାସ ଯୋଗଦେଇ ଵକ୍ତବ୍ୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅଦୈତ୍ୟ ବାଗ,ସାମ୍ବାଦିକ ସୁବଳ ଚନ୍ଦ୍ର ଦାସ,ସାମ୍ବାଦିକ ଗୋପାଳ ସାହୁ,ଅବସର ପ୍ରାପ୍ତ ଅଧ୍ୟାପକ ବିରମାଧଵ ଦାସ,ନିତ୍ୟାନନ୍ଦ ସାହୁ,କମଳ ଲୋଚନ ଦତ୍ତ,ସାମ୍ବାଦିକ କୃପାସିନ୍ଧୁ ପଣ୍ଡା,ସାମ୍ବାଦିକ ଦିଲୀପ କୁମାର ଦାସ,ବାଲେଶ୍ୱର ଚାଇଲଡ଼ ଲାଇନ ମୁଖ୍ୟ ପ୍ରଶାନ୍ତ ରାଉତ,ସମାଜସେବୀ ଉତ୍ତମ କୁମାର ପିଳା,ସାମ୍ବାଦିକ ରବି ରଞ୍ଜନ ତ୍ରିପାଠୀ,ଉତ୍ତମ କୁମାର ନାୟକ,କମଳ ଲୋଚନ ସାହୁ ପ୍ରମୁଖ ଏହି ଅବସରରେ ନିଜ ନିଜର ମତାମତ ରଖିଥିଲେ।ଶେଷରେ ଜ୍ୟୋତିପ୍ରକାଶ ସାହୁ ଧନ୍ୟବାଦ ଦେଇଥିଲେ।
Post a Comment